ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ଉତ୍ସର୍ଗୀକୃତ ସେବା ପାଇଁ ତିନି ରେଳ କର୍ମଚାରୀ ପୁରସ୍କୃତ

0

ନୂଆଦିଲ୍ଲୀ; ଉତ୍ସର୍ଗୀକୃତ ସେବା ପାଇଁ ରେଳ କର୍ମଚାରୀ ପୁରସ୍କୃତ। ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ତିନିଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି।

ସେମାନଙ୍କର ତୀବ୍ର କାର୍ଯ୍ୟକଳାପ ପ୍ରମୁଖ ଦୁର୍ଘଟଣାକୁ ରୋକିବା, ଉଭୟ ମାନବ ଜୀବନ ରକ୍ଷା କରିବା ଏବଂ ଟ୍ରେନ୍ ଚଳାଚଳର ଧାରାକୁ ଅକ୍ଷ୍ୟୁର୍ଣ୍ଣ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ପ୍ରତ୍ୟେକ କର୍ମଚାରୀଙ୍କ ପରିଶ୍ରମ ଆମର ରେଳ ନେଟୱାର୍କର ସୁରକ୍ଷା ତଥା ନିରାପତ୍ତା ପାଇଁ ସହାୟକ ହୋଇଥାଏ ବୋଲି ମହାପ୍ରବନ୍ଧକ ଫୁଙ୍କୱାଲ କହିଛନ୍ତି। ତେବେ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଯାତ୍ରା ଜାରି ରଖିବା ପାଇଁ ଆମେ ସଜାଗ ରହିବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ଉତ୍ସବରେବିଶାଖାପାଟଣାର ମୁଖ୍ୟ ଟ୍ରାଫିକ୍ ଇନ୍ସପେକ୍ଟର ଜି. ଶ୍ରୀଧର, ସମ୍ବଲପୁର ନିକଟ ସରଲା ଆରଓଏଚର ଟେକ୍ନିସିଆନ-I ସୁଶାନ୍ତ କୁମାର ଗିରି ଏବଂ ବିଜୟନଗରମ ଷ୍ଟେସନର ଟେକ୍ନିସିଆନ-II ଭି ରାମକୃଷ୍ଣଙ୍କୁ ସେମାନଙ୍କର ତୀବ୍ର କାର୍ଯ୍ୟକାରିତା ପାଇଁ ପୁରସ୍କୃତ କରାଯାଇଥିଲା। ଟ୍ରେନଗୁଡିକର ନିରାପଦ ଏବଂ ଦକ୍ଷ ଚଳାଚଳ ସୁନିଶ୍ଚିତ କରିବାକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଗ୍ୟାଙ୍ଗମେନ, ଟ୍ରଲିମେନ, ଗେଟେମେନ, ଓଏଚଇ ଖଲାସି ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମକୁ ମହାପ୍ରବନ୍ଧକ ପ୍ରଶଂସା କରିଛନ୍ତି। ମହାପ୍ରବନ୍ଧକ ସେମାନଙ୍କର କଠିନ ପରିଶ୍ରମକୁ ସ୍ୱୀକୃତି ଦେବା ଉପରେ ଗୁରୁତ୍ୱାରୋପ କରିବା ସହ ଯାତ୍ରୀମାନଙ୍କ ପାଇଁ ସୁଗମ ତଥା ନିରାପଦ କାର୍ଯ୍ୟର ଲକ୍ଷ୍ୟକୁ ଦୃଢ଼କରି ସେମାନଙ୍କ କର୍ତ୍ତବ୍ୟରେ ଆନ୍ତରିକତା ଏବଂ ସତର୍କତା ବଜାୟ ରଖିବାକୁ ସମସ୍ତ ରେଳ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।


Leave A Reply

Your email address will not be published.