ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ନୂଆବର୍ଷରୁ ମିଳିବ ଗହମ ସହ ଚାଉଳ

0

ଭୁବନେଶ୍ବର; ନୂଆବର୍ଷରୁ ହିତାଧିକାରୀଙ୍କୁ ମିଳିବ ଗହମ ସହ ଚାଉଳ। ରାଜ୍ୟରେ ପିଡିଏସ୍‌ ହିତାଧିକାରୀଙ୍କୁ ଗହମ ମିଳିବା ବନ୍ଦ ରହିଥିଲା। ହେଲେ ଆସନ୍ତା ବର୍ଷରୁ ସେମାନଙ୍କୁ ଚାଉଳ ସହ ଗହମ ମିଳିବ। ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି ଗୁରୁବାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବ ସରକାର ସରକାର ୨୦୨୦-୨୧ ମସିହାରୁ ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କୁ ସାଧାରଣବଣ୍ଟନ ବ୍ୟବସ୍ଥାରେ ଗହମ ଦେବା ବନ୍ଦ କରି ଦେଇଥିଲେ। ରାଜ୍ୟର ହିତାଧିକାରୀଙ୍କୁ କେବଳ ଚାଉଳ ଦେବା ପାଇଁ ସେତେବଳେ ନିଷ୍ପତ୍ତି ନେଇଥିଲେ।

ମନ୍ତ୍ରୀ କହିଛନ୍ତି, କିଛି ହିତାଧିକାରୀ ଗହମ ଚାହୁଁଥିବା ବେଳେ କିଛି ଚାହୁଁନାହାନ୍ତି। ଏବେ ଗହମ ଆସିଛି, ସରକାରୀସ୍ତରରେ କାମ ବାକି ଥିବାରୁ ୨ ମାସ ବିଳମ୍ବ ହେବ। କେଉଁ ଜିଲାକୁ କେତେ ଗହମ ଆବଶ୍ୟକ ତାହାର ତଥ୍ୟ ସମ୍ପୃକ୍ତ ଜିଲାର ଜିଲାପାଳ ଦେବେ। ଅନ୍ୟପକ୍ଷରେ ୮୫% ରାସନକାର୍ଡରେ ଇ-କେୱାଇସି ଶେଷ ହୋଇଛି। ପୂରା ଶେଷ ହେବାକୁ ଆଉ ୧୫ ଦିନ ଲାଗିବ। ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.