ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସଲମାନଙ୍କ ପରେ ଶାହାରୁଖ ଖାନଙ୍କୁ ହତ୍ୟା ଧମକ

0

ମୁମ୍ବାଇ: କିଛି ଦିନ ଏବେ ବଲିଉଡ ଦବଙ୍ଗ ହିରୋ ସଲମାନଙ୍କ ଖାନଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ଏବେ ବଲିଉଡ୍ କିଙ୍ଗ ଶାହାରୁଖ ଖାନଙ୍କୁ ମିଳିଛି ହତ୍ୟା ଧମକ। ଶାହରୁଖ ଖାନଙ୍କୁ ଜଣେ ଦୁର୍ବୃତ୍ତ ଫୋନ କଲରେ ହତ୍ୟା ଧମକ ଦେଇଥିବା ମହାରାଷ୍ଟ୍ରର ବାନ୍ଦ୍ରା ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ କହିରଖୁଛୁ, ଏହି କଲ୍ ସିଧାସଳଖ ଶାହରୁଖଙ୍କୁ ଆସିନାହିଁ। ଦୁର୍ବୃତ୍ତ ଜଣଙ୍କ ବାନ୍ଦ୍ରା ପୋଲିସକୁ ଗତ ୫ ତାରିଖରେ କଲ କରି କହିଥିଲା, ଶାହରୁଖ ଖାନ୍ ମନ୍ନତରେ ରୁହେ ନା… ଯଦି ସିଏ ୫୦ ଲକ୍ଷ ଟଙ୍କା ନଦିଏ, ତେବେ ତାକୁ ମାରିଦେବି। ଯେତେବେଳେ ପୋଲିସ୍ ତାକୁ ତାର ନାଁ ପଚାରିଥିଲା, ସେତେବେଳେ ସେ ଜବାବ ଦେଇଥିଲା ମୋର ନାଁ କ’ଣ ତାହା ମୂଲ୍ୟ ରଖେ ନାହିଁ, ଯଦି ମୋ ନାଁ ଲେଖିବାକୁ ଚାହୁଁଛ, ତାହା ହେଲେ ହିନ୍ଦୁସ୍ଥାନୀ ଲେଖ ବୋଲି ସେ କହିଥିଲା। ଯାହାକୁ ନେଇ ଏବେ ପୂରା ବଲିଉଡ ଜଗତ ଏବଂ ଶାହରୁଖଙ୍କ ଫ୍ୟାନ୍ସ ଆଚମ୍ବିତ ହୋଇଯାଇଛନ୍ତି।

ସେପଟେ ବାନ୍ଦ୍ରା ପୋଲିସ୍ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରି ଏନେଇ ତତ୍ପରତା ଦେଖାଇଛି। ବାନ୍ଦ୍ରା ପୁଲିସ ଷ୍ଟେସନରେ ଧାରା ୩୦୮(୪), ୩୫୧(୩)(୪) ବିଏନଏସ ଆଧାରରେ ମାମଲା ରୁଜୁ କରାଯାଇଛି। ଯେଉଁ ନମ୍ବରରୁ କଲ୍ ଆସିଥିଲା ତାହା ରାୟପୁରର ବୋଲି ଯାଞ୍ଚ ପରେ ଜଣାପଡିଥିଲା। ଏହାପରେ ଅଧିକ ତଦନ୍ତ ପାଇଁ ରାୟପୁରରେ ପହଞ୍ଚିଥିଲା ପୋଲିସ୍। ତେବେ ପ୍ରାଥମିକ ତଦନ୍ତରୁ ରାୟପୁରର ଫୈଜାନ ନାମକ ଜଣେ ଯୁବକ ଏହି ଧମକ ଦେଇଥିବା ପୋଲିସ୍ ଜାଣିବାକୁ ପାଇଥିଲା। କିନ୍ତୁ ଯେତେବେଳେ ପୋଲିସ୍ ସବୁ ତଥ୍ୟ ଅନୁଯାୟୀ, ଫୈଜାନ ନାମକ ବ୍ୟକ୍ତି ପାଖରା ପହଞ୍ଚିଥିଲା, ସେତେବେଳେ ଫୈଜାନର ବୟାନ ଏବେ ମାମଲାକୁ ନୂଆ ମୋଡ ଦେଇଛି। ତା’ର ଫୋନ୍ ନଭେମ୍ବର ୨ ତାରିଖରୁ ଚୋରି ହୋଇଯାଇଥିବା କଥା ସେ କହିଛି। ସେ କହିଛି, ଗତ ୫ ଦିନ ହେଲାଣି ତା’ର ଫୋନ୍ ଚୋରି ହୋଇଯାଇଛି।

Leave A Reply

Your email address will not be published.