ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ସଫେଇ କର୍ମଚାରୀଙ୍କୁ ନିର୍ମମ ହତ୍ୟା

0

ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଠେଲ୍‌କୋପଡ଼ାରେ ଶନିବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ୪ରୁ ୫ଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଝଗଡ଼ାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ଜଣାପଡିଛି। ମୃତ ଯୁବକଙ୍କ ନାଁ ସୋନି ଷଣ୍ଢ। ସେ ସମ୍ବଲପୁର ସଦର ଡାକ୍ତରଖାନାରେ ଅସ୍ଥାୟୀ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ।

ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ୪ରୁ ୫ଜଣ ଯୁବକ ମାନଙ୍କ ମଧ୍ୟରେ ସୋନିଙ୍କର କୌଣସି କାରଣକୁ ନେଇ ପ୍ରଥମେ ବଚସା ହୋଇଥିଲା। ଏହା କ୍ରମେ ଉଗ୍ର ରୁପ ନେଇଥିଲା। ଏଥିରେ ଅଭିଯୁକ୍ତମାନେ ଉତ୍‌କ୍ଷିପ୍ତ ହୋଇ ସଂଘବଦ୍ଧ ଭାବେହାତରେ ଛୁରୀ ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ର ଧରି ସୋନିଙ୍କୁ ଆକ୍ରମଣ କରିଥିଲେ। ସୋନିଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କଲା ବେଳେ ପରିବାର ଲୋକେ ଉପସ୍ଥିତ ଥିଲେ। ତେବେ ଆକ୍ରମଣକାରୀଙ୍କ ହାତରେ ଧାରୁଥା ଅସ୍ତ୍ର ଥିବାରୁ ସେମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ।

ଫଳରେ ସୋନି ଗୁରୁତର ଆହତ ହୋଇଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.