ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ଆଇଏଏସ୍‌ ସ୍ତରରେ ଅଦଳବଦଳ

0

ଭୁବନେଶ୍ବର; ଆଇଏଏସ୍‌ ସ୍ତରରେ ହୋଇଛି ବଡ ଅଦଳବଦଳ। ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର ବିଶାଳ ଦେବଙ୍କୁ ଶକ୍ତି ବିଭାଗର ଦାୟିତ୍ବ ପ୍ରଦାନ କରିଛନ୍ତି। ସଂଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ହସ୍ତାନ୍ତର କରାଯାଇଛି।
ରାଜ୍ୟ କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲ୍‌ର ମୁଖ୍ୟ ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିବା ବେଳେ ଗୁହା ପୁନମ୍‌ଙ୍କୁ ହସ୍ତତନ୍ତ୍ର ଓ ବୟନଶିଳ୍ପ କମିସିନର ତଥା ସଚିବ ଭାବେ ନିଯୁକ୍ତ କରିଛନ୍ତି।

ସେହିପରି ଗିରିଶ ଏସ୍‌ ଏନ୍‌ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ନିଯୁକ୍ତ କରିଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀରବିକ୍ରମ ଯାଦବଙ୍କୁ ବଦଳି କରିଛନ୍ତି। ରାଜ୍ୟରେ ଚାଷୀମାନଙ୍କ ପାଇଁ ମଣ୍ଡି ଖୋଲିବା ପୂର୍ବରୁ ସରକାର ଶ୍ରୀ ବିକ୍ରମଙ୍କୁ ବଦଳି କରିଛନ୍ତି। ସେହିପରି ସୁଶୀଲ କୁମାର ଲୋହାନୀଙ୍କ ଠାରୁ ରାଜ୍ୟ ସରକାର ଅବକାରୀ ବିଭାଗ କାଢ଼ି ନେଇଛନ୍ତି।

Leave A Reply

Your email address will not be published.