ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଗୋ ହତ୍ୟାକାରୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟନୁଷ୍ଠାନ

0

ଭୁବନେଶ୍ବର: ଗୋମାତାଙ୍କ ସୁରକ୍ଷା ପାଇଁ ଆସିବ କଡା ଆଇନ। ଗୋ ନବରାତ୍ର ଅବସରରେ ଗୋ ଚାଲାଣକାରୀ ଓ ଗୋ ହତ୍ୟାକରୀଙ୍କୁ କଡା ଚେତାବନୀ ଦେଇଛନ୍ତି ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍। ଗୋ ଚାଲାଣ ଆଇନ କଡ଼ାକଡ଼ି ହେବ ସହିତ ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସଚେତନ କରାଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ରାଜ୍ୟରେ କାମଧେନୁ ଯୋଜନା କିଭଳି କାର୍ଯ୍ୟକାରୀ ହେବ ସେନେଇ ଧ୍ୟାନ ଦିଆଯିବ। ଏଥିପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ନେତୃତ୍ବରେ ୫ ଜଣ ମନ୍ତ୍ରୀ ଓ ସଚିବଙ୍କୁ ନେଇ କମିଟି ଗଠନ ହୋଇଛି। ରାଜ୍ୟରେ ଗୋ ରକ୍ଷା, ଗୋ ସୁରକ୍ଷା, ଗୋ ବଂଶ ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଜୈବିକ ସାରର ଆଦିର ଉତ୍ପାଦନ କ୍ଷେତ୍ରରେ ଧ୍ୟାନ ଦିଆଯିବ। ଏତିସହିତ ରାସ୍ତାଘାଟରେ ଗାଇଗୋରୁଙ୍କ ଦୁର୍ଘଟଣା ରୋକିବା ଏବଂ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେବ। ରାଜ୍ୟର ପ୍ରତି ବ୍ଲକରେ ଓମ୍ଫେଡ୍ ଷ୍ଟଲ ହେବ। ସବୁ ମନ୍ଦିରରେ ଓମ୍ଫଫେଡ୍ ଘିଅ ବ୍ୟବହାର ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଏଥିସହିତ ପ୍ରତି ବ୍ଲକରେ କାମଧେନୁ ଯୋଜନା ୮ଟି ବିନ୍ଦୁରେ କାର୍ଯ୍ୟକାରୀ ହେବ। କାମଧେନୁ ଯୋଜନା ପାଇଁ ମୋଟ ୧୪୨୩ କୋଟି ବ୍ୟୟବରାଦ କରାଯାଇଛି। ଏଥିସହିତ ମାଈ ବାଛୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ପ୍ରତି ଗାଁରେ ଗୋପାଳନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରାଯିବ।

Leave A Reply

Your email address will not be published.