ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବାବା ସିଦ୍ଦିକିଙ୍କୁ ଗୁଳି କରିଥିବା ଅଭିଯୁକ୍ତ ଗିରଫ

0

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଚ୍‌ ରାସ୍ତାରେ ଗୁଳି କରିଥିବା ଅଭିଯୁକ୍ତ ଗିରଫ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲା ଶିବ କୁମାର। ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଆଉ ଜଣେ ସୁଟର ଗିରଫ। ସେ ନେପାଳ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ହାତରେ ଧରାପଡ଼ିଛି।

ଉତ୍ତର ପ୍ରଦେଶ ଏସଟିଏଫ ଓ ମୁମ୍ବାଇ ପୋଲିସ ଅପରାଧ ଶାଖାର ଟିମ୍ ମିଳିତ ଭାବରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରିଛି। ବାହାରାଇଚରୁ ଏହି ସୁଟର ସହ ତାକୁ ସହଯୋଗ କରୁଥିବା ଆଉ ଚାରିଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ଗିରଫ ପୂର୍ବରୁ ଏହି ମାମଲାରେ ମୋଟ ୧୫ ଜଣଙ୍କୁ ଗିରଫ କରାଯାଇଛି।

ଶିବ କୁମାର ଜେରା ବେଳେ ସେ ସ୍ୱୀକାର କରିଛି ଯେ ତା’ର ସମ୍ପର୍କ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ରହିଛି। ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବାର ଦିନକ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ଏଥିପାଇଁ ନିଜକୁ ଦାୟୀ କରିଥିଲା। ତଥାପି ଏହାର ସତ୍ୟାସତ୍ୟ ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଏବେ ଶିବ କୁମାର ବିଷ୍ଣୋଇ ଗ୍ୟାଙ୍ଗର ସଂପୃକ୍ତି କଥାକୁ ନିଶ୍ଚିତ କରିଛି। ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ତ ପରଠାରୁ ଶିବ କୁମାର ଫେରାର ଥିଲା। ସେ ଘଟଣା ଦିନ ସେ ୯.୯ ଏମଏମ ପିସ୍ତଲରୁ ମୋଟ ୬ ରାଉଣ୍ଡ ଗୁଳି ଚଳାଇଥିଲା। ଏହା ମଧ୍ୟରୁ ଗୋଟିଏ ସିଦ୍ଦିକିଙ୍କ ଛାତିରେ ବାଜିବାରୁ ଘଟଣା ସ୍ଥଳରେ ସେ ଟଳି ପଡ଼ିଥିଲେ।

ବାବା ସିଦ୍ଦିକୀ ମର୍ଡର କେସରେ ସୁଟର ଶିବାକୁମାରକୁ ଉତ୍ତର ପ୍ରଦେଶ ଏସଟିଏଫ ଓ କ୍ରାଇମ ବ୍ରାଞ୍ଚ ଆଜି ବାହାରାଇଚରୁ ଗିରଫ କରିଛି। ସୂତ୍ର ଅନୁସାରେ, ଶିବକୁମାର ନେପାଳ ଫେରାର ହେବାକୁ ପ୍ରସ୍ତୁତ ଥିଲା। ଶିବକୁମାରକୁ ନେପାଳ ଯିବାରେ ସହଯୋଗ କରୁଥିବା ୪ ଜଣ ଅନୁରାଗ କାଶ୍ୟପ, ଜ୍ଞାନ ପ୍ରକାଶ ତ୍ରିପାଠୀ, ଆକାଶ ଶ୍ରୀବସ୍ତବ ଓ ଆଖିଲେଶେନ୍ଦ୍ର ପ୍ରତାପ ସିଂହକୁ ଗିରଫ କରାଯାଇଛି।

Leave A Reply

Your email address will not be published.