ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମହର୍ଷି କଲେଜରେ ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କୁ ମାଡ଼

0

ଭୁବନେଶ୍ୱର: ଅଶାନ୍ତ ରାଜଧାନୀ ଭୁବନେଶ୍ୱରର ମହର୍ଷି କଲେଜ। ଭାଙ୍ଗିଲା ବିୟର ବୋତଲ। ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କୁ ଛାତ୍ରଙ୍କ ମାଡ଼। କ୍ୟାମ୍ପସରେ ଛାତ୍ର ଅଶାନ୍ତି ଲାଗି ରହିଥିବାରୁ ଆଜି କଲେଜକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆବଶ୍ୟକସ୍ଥଳେ ଛୁଟି ଅବଧି ବଢ଼ାଯିବ ବୋଲି ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଆଜି ମହର୍ଷି କଲେଜରେ ଅସନ୍ତୋଷ ଦେଖା ଦେଇଛି। ଆଜି ମହର୍ଷି କଲେଜରେ ଦୁଇଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଥିଲା। ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିବାବେଳେ ଦୁଇଗୋଷ୍ଠୀ ଛାତ୍ର ଆକ୍ରମଣ ଓ ପ୍ରତିଆକ୍ରମଣ କରୁଥିଲେ। ଗଣ୍ଡଗୋଳରେ ଆକ୍ରମଣକାରୀ ଛାତ୍ରଙ୍କୁ ଛଡ଼ାଇବାକୁ ଯାଇ କଲେଜର କେମିଷ୍ଟ୍ରୀ ଲ୍ୟାବ ଆସିଷ୍ଟାଣ୍ଟ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ଜଣେ ଛାତ୍ର ଏକ ବିୟର ବୋତଲରେ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ହୋଇଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯାହାକୁ ନେଇ କଲେଜ ପରିସରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା।

ଖବର ପାଇବା ପରେ ପୋଲିସ କଲେଜରେ ପହଞ୍ଚି ଗୁରୁତର ଲ୍ୟାବ ଆଟେଣ୍ଡାଣ୍ଟଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛି। ଏହି ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି। ଅପରପକ୍ଷରେ ଆକ୍ରମଣକାରୀ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହର୍ଷି କଲେଜ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି କଲେଜ କର୍ତ୍ତୃପକ୍ଷ।

Leave A Reply

Your email address will not be published.