ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଉ ଉଡିବନି ଭିସ୍ତାରା

0

ନୂଆଦିଲ୍ଲୀ: ଆଉ ଉଡିବନି ଭିସ୍ତାରା। ଆଜି ଭିସ୍ତାରା ବିମାନରେ ଶେଷ ଦିନ। ଆଜି ଶେଷ ଉଡାଣ ଭରିବ ଭିସ୍ତାରା ବିମାନ। ଆସନ୍ତାକାଲି ମଙ୍ଗଳବାରଠାରୁ ଏହାର କମାଣ ସମ୍ଭାଳିବ ଏୟାର ଇଣ୍ଡିଆ। ମଙ୍ଗଳବାର ଠାରୁ ଭିସ୍ତାରା ବିମାନ ଏୟାର ଇଣ୍ଡିଆ ନାଁରେ ଉଡ଼ିବ। ଏୟାର ଇଣ୍ଡିଆ ସହିତ ମିଶ୍ରଣ ହେବାକୁ ଯାଉଛି ଭିସ୍ତାରା। ଏହାପରେ, ପ୍ରଥମ ମାସରେ ଭିସ୍ତାରା ଏୟାର ଟିକେଟରେ ୧ ଲକ୍ଷ ୧୫ ହଜାରରୁ ଅଧିକ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବେ।

ଏହି ପରିବର୍ତ୍ତନ ସହିତ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଫୁଲ୍ ସର୍ଭିସ୍ ଏୟାର୍‌ଲାଇନ୍‌ରେ ବିମାନ ସଂଖ୍ୟା ଗୋଟିଏକୁ ହ୍ରାସ ପାଇବ। ପ୍ରାୟ ୧୭ ବର୍ଷ ପୂର୍ବେ ଦେଶରେ ଫୁଲ୍ ସର୍ଭିସ୍ ଏୟାର୍‌ଲାଇନ୍‌ ସଂଖ୍ୟା ପାଞ୍ଚ ଥିଲା। ବର୍ତ୍ତମାନ ଏହି ସଂଖ୍ୟା କମି କେବଳ ଗୋଟିଏ ରହିଯାଇଛି।

ଟାଟା ଗ୍ରୁପ୍ ଓ ସିଙ୍ଗାପୁର ଏୟାରଲାଇନ୍ସର ମାଲିକାନା କମ୍ପାନୀ ଭିସ୍ତାରା ଆଜି ଏହାର ଶେଷ ବିମାନ ଉଡ଼ାଣ କରିବ। ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସ ମିଳିତ ଉଦ୍ୟମରେ ନୂଆ ଇଣ୍ଟିଗ୍ରେଟେଡ୍ ଏୟାରଲାଇନ୍ସରେ ୨୫.୧ ପ୍ରତିଶତ ଅଂଶଧନ ପାଇବ। ଯାତ୍ରୀମାନେ ଏୟାର ଇଣ୍ଡିଆରେ ଭିସ୍ତାରା ଭଳି ଅନୁଭୂତି ପାଇବେ ବୋଲି କମ୍ପାନୀ କହିଛି।

Leave A Reply

Your email address will not be published.