ଭୁବନେଶ୍ବର: ଏବେ ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ। ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସଙ୍କ ଡ୍ରେସ୍ କୋଡ୍ରେ ପରିବର୍ତ୍ତନ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ତେବେ ସିନିୟର୍ ନର୍ସିଂ ଅଫିସରଙ୍କ ପାଇଁ ଈଷତ୍ ବାଇଗଣୀ ରଙ୍ଗର ଡ୍ରେସ୍ କୋଡ୍ ଥିବାବେଳେ ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ କେୟନ ବ୍ଲୁ ରଙ୍ଗର ଡ୍ରେସ୍ କୋଡ୍ ରହିଛି। ସେହିପରି ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ/ନର୍ସିଂ ସୁୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ଧଳା ରଙ୍ଗ ରହିଛି। ଜେନେରାଲ ଓ୍ବାର୍ଡରେ ଡ୍ୟୁଟି କରୁଥିବା ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ ବୋଲି ନିଷ୍ପତ୍ତି ନିଆଯାଇଛି। ନର୍ସିଂ ଅଫିସରଙ୍କ ୟୁନିଫର୍ମ କଲାରରେ ସମ୍ବଲପୁରୀ ଝଲକ ରହିବ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ