ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ଅଯୋଧ୍ୟା ରାମ ମନ୍ଦିରକୁ ଉଡାଇଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ

0

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ଉଡାଇଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକ। ଏକ ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ସେ ଧମକ ଦେଇଛି। ଭିଡିଓରେ ପନ୍ନୁର କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଉଥିବା ଜଣାପଡିଛି।

ଶିଖ୍ ଫର ଜଷ୍ଟିସ୍ ନାମକ ଆତଙ୍କବାଦୀ ସଂଗଠନର ମୁଖ୍ୟ ପନ୍ନୁର ଭିଡିଓରେ କହିଛି ଯେ ନଭେମ୍ବର ୧୬ ଏବଂ ୧୭ରେ ଅଯୋଧ୍ୟା ରାମ ମନ୍ଦିରରେ ହିଂସା ହେବ। ପନ୍ନୁର କହିଛି, “ ହିଂସାତ୍ମକ ହିନ୍ଦୁତ୍ୱ ବିଚାରଧାରାର ଜନ୍ମସ୍ଥାନ ଅଯୋଧ୍ୟାର ମୂଳଦୁଆକୁ ଆମେ ଦୋହଲାଇ ଦେବୁ। ତେବେ ପନ୍ନୁର ଏହି ଭିଡିଓକୁ କାନାଡାର ବ୍ରମ୍ପଟନରେ ରେକର୍ଡ କରିଥିବା କୁହାଯାଉଛି। ଏହି ଭିଡିଓରେ ରାମ ମନ୍ଦିର ତଥା ଅନ୍ୟାନ୍ୟ ହିନ୍ଦୁ ଧର୍ମସ୍ଥଳୀ ବିରୁଦ୍ଧରେ ହିଂସା ସୃଷ୍ଟି କରିବାକୁ ମଧ୍ଯ ଧମକ ଦିଆଯାଇଛି।

ପନ୍ନୁର ଧମକ ପରେ ରାମ ମନ୍ଦିରର ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଅଯୋଧ୍ୟା ରେଞ୍ଜ ଆଇଜି ପ୍ରବୀଣ କୁମାର କହିଛନ୍ତି, ଅଯୋଧ୍ୟା ପୂର୍ବରୁ ହିଁ ପୁଲିସ୍‌ ଓ ଅର୍ଦ୍ଧ ସାମରିକ ବଳର ସୁରକ୍ଷା ବଳୟ ମଧ୍ୟରେ ରହିଛି। ସେମାନେ ସମସ୍ତ ପ୍ରକାରର ଆତଙ୍କୀ ବିପଦକୁ ଟାଳିବା ପାଇଁ ପ୍ରସ୍ତୁତ। ପୁଲିସ୍‌ ଭାରଇରାଲ ହେଉଥିବା ପନ୍ନୁର ଧମକ ବାର୍ତ୍ତାର ସତ୍ୟତା ଯାଞ୍ଚ କରୁଛି।

Leave A Reply

Your email address will not be published.