ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ

0

ଭୁବନେଶ୍ବର: ଇନଫୋସିଟି ଥାନା ଚୁନୁକୋଳି ବସ୍ତି ନିକଟରେ ଗତକାଲି ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଘର ମାଲିକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ। ଏହା ଖାଲି ବାଣ ଗୋଦାମ ନଥିଲା ଏଠି ଲେଡିଜ୍ ହଷ୍ଟେଲ୍ ମଧ୍ୟ ଚାଲିଥିଲା।
ସୂଚନା ଅନୁସାରେ ସୋମବାର ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିଲା। ଏଥିରେ ଏକାଧିକ ଜୀବନ ବର୍ତ୍ତି ଯାଇଥିବା ବେଳେ ଏନେଇ ଘର ମାଲିକଙ୍କ ନାମରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ। ଏଥିସହ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ସେପଟେ ଗୋଦାମ ଘରକୁ ସିଲ୍ କରିବା ସହ ଅଧିକ ତଦନ୍ତ କରୁଛି ଇନଫୋସିଟି ଥାନା ପୋଲିସ୍।

ବାଣ ଗୋଦାମ ସହ ଘର ଭିତରେ କିଭଳି ଲେଡିଜ୍ ହଷ୍ଟେଲ୍ ଚାଲିଥିଲା ତାହାକୁ ନେଇ ମଧ୍ୟ ତନାଘନା ଚାଲିଛି। ଉକ୍ତ ଘରେ ୨୦ରୁ ଅଧିକ ଯୁବତୀ ଭଡ଼ାରେ ରହୁଥିଲେ । ସୌଭାଗ୍ୟବଶଃତ ଯେତେବେଳେ ବିସ୍ଫୋରଣ ଘଟିଲା ସେତେବେଳେ ଘର ଭିତରେ କେହି ନ ଥିଲେ । ନଚେତ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇପାରିନଥାନ୍ତା। ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ୍।

Leave A Reply

Your email address will not be published.