ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ମହାନଦୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

0

କଟକ: ମହାନଦୀ ଘାଟରୁ ନାବାଳକଙ୍କ ମୃତଦେହ ଉଦ୍ଧାର। କାଳିଆବୁଦା ନିକଟ ମହାନଦୀ ଘାଟରୁ ମିଳିଛି ନାବାଳକଙ୍କ ମୃତଦେହ। ଛାତ୍ର ଜଣକ ଗତକାଲି ଘରୁ ସାଇକେଲ ଧରି ବାହାରକୁ ଯାଇଥିଲେ। ଘରକୁ ନଫେରିବାରୁ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।

ପୁଲିସ ସୂଚନା ଅନୁସାରେ ମୃତ ଛାତ୍ର ମଙ୍ଗଳାବାଗସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ତେବେ କାଲି ସେ ସ୍କୁଲ ଯାଇନଥିଲେ। ଘରୁ ସାଇକେଲ ଧରି ଛାତ୍ରଜଣକ ବାହାରକୁ ଯାଇଥିଲେ। ହେଲେ ଘରକୁ ନଫେରିବାରୁ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ ପରିବାର। ରାତିରେ ପୁଲିସ ବହୁ ଖୋଜାଖୋଜି କରିବା ସହ ନାବାଳକଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ପଚରାଉଚରା କରିଥିଲା। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା।

ଆଜି ମହାନଦୀରୁ ଛାତ୍ର ଜଣଙ୍କର ମୃତଦେହ ଠାବ କରାଯାଇଛି। ମୃତଦେହ ମିଳିଥିବା ସ୍ଥାନରୁ ଛାତ୍ରଙ୍କ ସ୍କୁଲ ମଧ୍ୟ ଅତି ନିକଟରେ। ସେ କାଲି ସ୍କୁଲ ଆସିନଥିଲେ ମଧ୍ୟ ସାଇକେଲ ଧରି କଣ ପାଇଁ ଘରୁ ବାହାରକୁ ଆସିଥିଲେ, ତାଙ୍କର କିଭଳି ମୃତ୍ୟୁ ହେଲା ଓ ମୃତଦେହ କିପରି ମହାନଦୀରେ ପଡ଼ିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.