ପ୍ରମୁଖ ଖବର

ବିଜେପିରେ ସାମିଲ ହେଲେ କୈଳାଶ ଗେହଲଟ
ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ; ଜାରି ହେଲା ଜିଆର୍‌ଏପି-୪ କଟକଣା
ରେଢ଼ାଖୋଲ ବନାଞ୍ଚଳରେ ମିଳିଲା ୩ ହାତୀଙ୍କ ମୃତଦେହ
ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି
ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ପରଲୋକ
‘ରାଣ୍ଡୀପୁଅ ଅନନ୍ତା’କୁ ନେଇ ମନ୍ତବ୍ୟ: କ୍ଷମାପ୍ରାର୍ଥନା କଲେ ମନୋଜ ମିଶ୍ର

କ୍ଷମା ମାଗିଲେ ମନୋଜ

0

ଭୁବନେଶ୍ବର: ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’କୁ ନେଇ ବ୍ରିଭାନ୍ତିକର ମନ୍ତବ୍ୟ ଦେବା ପରେ ଶେଷରେ କ୍ଷମାପ୍ରାର୍ଥନା କରିଛନ୍ତି ଓଲିଉଡ ଅଭିନେତା ମନୋଜ ମିଶ୍ର। ରବିବାର ରାତିରେ ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି ମନୋଜ। 
ମନୋଜ ମିଶ୍ର କହିଛନ୍ତି, ବ୍ୟାସ କବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ।  ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ, ତେବେ ସେଥିପାଇଁ ମୁଁ ଦୁଃଖିତ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। 

ସୂଚନାଯୋଗ୍ୟ, ମନୋଜ ମିଶ୍ର ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା। ଏପରି କି ରବିବାର ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା। ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ, ନ ହେଲେ ଆମେ କୋର୍ଟକୁ ଯିବୁ ବୋଲି  ରବିବାର ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଚେତାବନୀ ଦେଇଥିଲେ।

Leave A Reply

Your email address will not be published.