ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ

0

ନୂଆଦିଲ୍ଲୀ; ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ଦିଲ୍ଲୀ-ଏନସିଆରରେ ଲୋକଙ୍କ ସମସ୍ୟା ବଢାଇ ଦେଇଛି। ସବୁଠାରୁ ବଡ ସମସ୍ୟା ହେଉଛି ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ। ଏଠାରେ ମଧ୍ୟ ମଙ୍ଗଳବାର (୧୯ ନଭେମ୍ବର ୨୦୨୪) ଅଧିକାଂଶ ସ୍ଥାନରେ ଏକ୍‌ୟୁଆଇ ୫୦ ଅତିକ୍ରମ କରିଥିଲା ଯାହା ଅଧିକ ଭୟଙ୍କର ଅଟେ। ଏହାପୂର୍ବରୁ ସୋମବାର ମଧ୍ୟ ଏହି ସହରଗୁଡିକରେ ଏକ୍ୟୁଆଇ ସ୍ତର ୫୦୦ରୁ ଅଧିକ ଥିଲା।

ବାୟୁ ପ୍ରଦୂଷଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସୋମବାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏକ ପରାମର୍ଶ ଦେଇଛନ୍ତି। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୨୩ନଭେମ୍ବର ସୁଦ୍ଧା ଅଫଲାଇନ କ୍ଲାସ ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ୨୨ ନଭେମ୍ବର ସୁଦ୍ଧା ବନ୍ଦ କରି ଅନଲାଇନ କ୍ଲାସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଦିଲ୍ଲୀ-ଏନସିଆରର ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଅନଲାଇନ କ୍ଲାସ ନେବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.