ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବବି ଇସଲାମଙ୍କୁ ହତ୍ୟା ଧମକ

0

କଟକ: ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ। ବବି ଇସଲାମଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ କଟକ ଦରଘାବଜାର ଥାନାରେ ଏତଲା ଦେଇଛନ୍ତି। ଏତଲା ଅନୁଯାୟୀ, ୧୯ ତାରିଖ ରାତି ୮ଟା ବେଳେ ହ୍ୱାଟ୍‌ସ ଆପ୍‌ରେ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଅଡିଓ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଟ୍ରୁ କଲରରେ ଫୋନ୍ କରିଥିବା ବ୍ୟକ୍ତିଙ୍କ ନାଁ ବାରିକ ସୌମ୍ୟ ରଞ୍ଜନ ୯୯୩ ଦେଖାଇଥିଲା ବୋଲି ସେ ଏତଲାରେ ଲେଖିଛନ୍ତି।

ଏହି ଘଟଣାରେ ବବି ଇସଲାମ କହିଛନ୍ତି, ଗତକାଲି ରାତିରେ ଏକ ଟେଲିଭିଜନ ଚ୍ୟାନେଲରେ ଲାଇଭ ଡିବେଟ୍ ଥିଲା। ମୋତେ କୁହାଯାଇଥିଲା ଯେ ସେଠାକୁ ମନୋଜ ମିଶ୍ର ଆସିବେ। କିନ୍ତୁ ମନୋଜ ମିଶ୍ର ଆସି ନଥିଲେ। ମୋତେ ଡାକି ସେମାନେ ଏକ ଅଲଗା ବିଷୟ ଉପରେ ଆଲୋଚନା କଲେ, ଯେଉଁଥିରେ ମୋର ଜ୍ଞାନ ନାହିଁ। ସେମାନେ ସାହିତ୍ୟ ଉପରେ ଆଲୋଚନା କରିବାରୁ ମୁଁ ସେଠାରୁ ଉଠିଯିବା ପାଇଁ ଚାହିଁଥିଲି। କିନ୍ତୁ ମୋତେ ଅନୁରୋଧ କରି ସେଠାରେ ବସାଗଲା। ସେହି ଆଲୋଚନାରେ ମୋତେ ରାଣ୍ଡୀପୁଅ ଅନନ୍ତାର ଅର୍ଥ ପଚରାଗଲା। ଯେଉଁମାନେ ଉଦ୍ଧତ ହେଉଛନ୍ତି, ସେମାନେ ରାଣ୍ଡୀପୁଅ ଅନନ୍ତା ବୋଲି ମୁଁ କହିଥିଲି। ମୁଁ ଉଦ୍ଧତ ହେଲେ, ତାହା ମୋ ପାଇଁ ମଧ୍ୟ ଲାଗୁ ହେବ।

ଉକ୍ତ ଲାଇଭ୍ କାର୍ଯ୍ୟକ୍ରମ ଶେଷ ହେବା ପରେ ହ୍ୱାଟସ୍‌ ଆପ୍‌ରେ ମୋତେ ଏକ କଲ୍ ଆସିଥିଲା। ବ୍ୟକ୍ତି ଜଣକ ମନୋଜ ମିଶ୍ରଙ୍କ ନାଁ ନେଇ ସେ କହିଥିଲେ, ଯଦି ମନୋଜ ଦାଦାଙ୍କ ନାଁରେ କିଛି କହିବ, ତା’ହେଲେ ତୁମକୁ ହାଣିଦେବୁ। ଏହା ସହିତ ବହୁତ ଅଶ୍ଳୀଳ ଭାଷାରେ ମୋତେ ଗାଳିଗୁଲଜ କରିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ବବି ଇସଲାମଙ୍କ ଅଭିଯୋଗ ନେଇ ପୁଲିସ କିମ୍ବା ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନାଯୋଗ୍ୟ, ନିକଟରେ ମନୋଜ ମିଶ୍ର ଓଡ଼ିଶାର ନିର୍ଦ୍ଦେଶକମାନଙ୍କୁ ଟାର୍ଗେଟ କରିଥିବା ବେଳେ ସେମାନେ ତାଙ୍କ ନାଁରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Leave A Reply

Your email address will not be published.