ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦୀ

0

ନୂଆଦିଲ୍ଲୀ: ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ଏହାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଡୋମିନିକା ଆଓ୍ବାର୍ଡ ଅଫ୍‌ ଅନ୍‌ର’ରେ ସମ୍ମାନିତ କରିଛି। ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଫେବୃୟାରୀ ୨୦୨୧ରେ ପ୍ରଧାନମନ୍ତ୍ରୀ ଡୋମିନିକାକୁ ୭୦ ହଜାର ଡୋଜ୍‌ କରୋନା ଟିକା ଆଷ୍ଟ୍ରାଜେନେକା ଯୋଗାଇ ଦେଇଥିଲେ। ଏହାକୁ ନେଇ ଡୋମିନିକା ସରକାର ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିଲେ।

କରୋନା ମହାମାରୀ ସମୟରେ ବିଶ୍ୱର ବିଭିନ୍ନ ଦେଶ ସହ ଭାରତ ମାରାତ୍ମକ ମହାମାରୀ ସହ ସଂଘର୍ଷ କରୁଥିଲା। ଏହି ସମୟରେ ମୋଦି ଅନେକ ଦେଶକୁ ସହାୟତା କରିବାକୁ ଆଗେଇ ଆସିଥିଲେ। ସେ ମହାମାରୀ ସହ ସଂଘର୍ଷ କରୁଥିବା ଅନ୍ୟ ଦେଶକୁ ଟିକା ଏବଂ ଔଷଧ ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକୁ ଦୃଷ୍ଟିରେ ରଖି କମନଓ୍ବେଲଥ୍‌ ଅଫ୍‌ ଡୋମିନିକା ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସମ୍ମାନ କେବଳ ମୋର ନୁହେଁ ଭାରତର ୧୪୦ କୋଟି ଲୋକଙ୍କ ପାଇଁ, ସେମାନଙ୍କର ମୂଲ୍ୟବୋଧ ଏବଂ ପରମ୍ପରା ପାଇଁ। ଆମେ ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଆମେ ଦୁହେଁ ସମଗ୍ର ବିଶ୍ୱ ପାଇଁ ମହିଳା ସଶକ୍ତିକରଣର ଆଦର୍ଶ ଅଟୁ। କିଛି ଦିନ ପୂର୍ବେ ନାଇଜେରିଆ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଥିଲେ।

Leave A Reply

Your email address will not be published.