ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦୀ

0

ନୂଆଦିଲ୍ଲୀ: ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ଏହାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଡୋମିନିକା ଆଓ୍ବାର୍ଡ ଅଫ୍‌ ଅନ୍‌ର’ରେ ସମ୍ମାନିତ କରିଛି। ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଫେବୃୟାରୀ ୨୦୨୧ରେ ପ୍ରଧାନମନ୍ତ୍ରୀ ଡୋମିନିକାକୁ ୭୦ ହଜାର ଡୋଜ୍‌ କରୋନା ଟିକା ଆଷ୍ଟ୍ରାଜେନେକା ଯୋଗାଇ ଦେଇଥିଲେ। ଏହାକୁ ନେଇ ଡୋମିନିକା ସରକାର ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିଲେ।

କରୋନା ମହାମାରୀ ସମୟରେ ବିଶ୍ୱର ବିଭିନ୍ନ ଦେଶ ସହ ଭାରତ ମାରାତ୍ମକ ମହାମାରୀ ସହ ସଂଘର୍ଷ କରୁଥିଲା। ଏହି ସମୟରେ ମୋଦି ଅନେକ ଦେଶକୁ ସହାୟତା କରିବାକୁ ଆଗେଇ ଆସିଥିଲେ। ସେ ମହାମାରୀ ସହ ସଂଘର୍ଷ କରୁଥିବା ଅନ୍ୟ ଦେଶକୁ ଟିକା ଏବଂ ଔଷଧ ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକୁ ଦୃଷ୍ଟିରେ ରଖି କମନଓ୍ବେଲଥ୍‌ ଅଫ୍‌ ଡୋମିନିକା ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସମ୍ମାନ କେବଳ ମୋର ନୁହେଁ ଭାରତର ୧୪୦ କୋଟି ଲୋକଙ୍କ ପାଇଁ, ସେମାନଙ୍କର ମୂଲ୍ୟବୋଧ ଏବଂ ପରମ୍ପରା ପାଇଁ। ଆମେ ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଆମେ ଦୁହେଁ ସମଗ୍ର ବିଶ୍ୱ ପାଇଁ ମହିଳା ସଶକ୍ତିକରଣର ଆଦର୍ଶ ଅଟୁ। କିଛି ଦିନ ପୂର୍ବେ ନାଇଜେରିଆ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଥିଲେ।

Leave A Reply

Your email address will not be published.