ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବାୟୁ ପ୍ରଦୂଷଣ ଯୋଗୁଁ ବଦଳିଲା ସରକାରୀ କର୍ମଚାରୀଙ୍କ ଯିବା ଆସିବା ସମୟ

0

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଯୋଗୁଁ ବଦଳିଲା ସରକାରୀ କର୍ମଚାରୀଙ୍କ ଯିବା ଆସିବା ସମୟ। ଏହା ସହ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ ଏବଂ ୫୦ ପ୍ରତିଶତ କର୍ମଚାରୀ ଅଫିସକୁ ଆସିବେ ବୋଲି ସରକାର ନିର୍ଦେଶ ଦେଇଛନ୍ତି। ଦେଶର ରାଜଧାନୀରେ ବାୟୁ ପ୍ରଦୂଷଣ ଗୁଣବତ୍ତା ସୂଚକାଙ୍କର ସ୍ତର ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି , ଯାହା ୪୦୦ ଅତିକ୍ରମ କରିଛି। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀ ଏନସିଆରରେ ଗ୍ରୁପ୍-୪ ପ୍ରତିବନ୍ଧକ ଲାଗୁ ହୋଇଛି। ଏ ସମ୍ପର୍କରେ କେନ୍ଦ୍ର ସରକାର ଦିଲ୍ଲୀ ଏନସିଆରର କେନ୍ଦ୍ରୀୟ କର୍ମଚାରୀଙ୍କ କାର୍ଯ୍ୟ ସମୟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଅଫିସରୁ ଆସିବା ଏବଂ ଯିବା ସମୟ ବଦଳାଇ ସେମାନଙ୍କୁ ସାଧାରଣ ପରିବହନ ଦ୍ୱାରା ଯାତ୍ରା କରିବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶ ଅନୁଯାୟୀ, କାର୍ଯ୍ୟାଳୟଗୁଡ଼ିକ ସକାଳ ୯ଟାରୁ ୫ଟା୩୦ ଏବଂ ସକାଳ ୧୦ ଟାରୁ ୬ଟା୩୦ ପର୍ଯ୍ୟନ୍ତ ଖୋଲା ରହିବ। କାର୍ମିକ ମନ୍ତ୍ରଣାଳୟର ଆଦେଶରେ କୁହାଯାଇଛି ଯେ, ଯେଉଁ କର୍ମଚାରୀମାନେ ସକାଳ ୯ଟାରେ ଅଫିସକୁ ଆସନ୍ତି ସେମାନେ ସନ୍ଧ୍ୟା ୫ଟା୩୦ରେ ଘରକୁ ଯିବେ ଏବଂ ଯେଉଁମାନେ ସକାଳ ୧୦ଟାରେ ଆସିବେ ସେମାନେ ସନ୍ଧ୍ୟା ୬ଟା୩୦ ପର୍ଯ୍ୟନ୍ତ ଅଫିସରେ ରହିବେ। ଏହି ନିର୍ଦ୍ଦେଶ କେବଳ ଦିଲ୍ଲୀ ଏନସିଆରରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏଥିସହ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ସର୍ବସାଧାରଣ ଯାନବାହାନ ଯୋଗେ ଅଫିସକୁ ଯିବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଯାନବାହାନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବାରେ କର୍ମଚାରୀମାନେ ସହଯୋଗ କରିବା ଉଚିତ୍। ଏଥିପାଇଁ ସେମାନେ ଯାନବାହାନରେ (ବାହାନ ପୁଲିଂ) ଅଫିସକୁ ଯିବା କିମ୍ବା ସର୍ବସାଧାରଣ ପରିବହନ ବ୍ୟବହାର କରିବା ଉଚିତ୍। ଏହାପୂର୍ବରୁ ଦିଲ୍ଲୀ ସରକାର ସମସ୍ତ ବିଭାଗରେ ଘରୁ କାର୍ଯ୍ୟ ପିଲିସି ଲାଗୁ କରିଥିଲେ। ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ ଏବଂ ୫୦ ପ୍ରତିଶତ କର୍ମଚାରୀ ଅଫିସକୁ ଆସିବେ ବୋଲି ଆତିଶ ସରକାର ଘୋଷଣା କରିଛନ୍ତି।

Leave A Reply

Your email address will not be published.