ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ନୂଆ ବର୍ଷରୁ ଭୁବନେଶ୍ୱରରୁ ୫ଟି ସ୍ଥାନକୁ ଉଡିବ ବିମାନ

0

ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ନୂଆ ବର୍ଷରୁ ନୂଆ ସ୍ଥାନ ସହ ଯୋଡି ହେବ ଭୁବନେଶ୍ବର। ଭୁବନେଶ୍ବର ବିମାନବନ୍ଦରରୁ ନୂଆ ସ୍ଥାନକୁ ଉଡାଣ ଭରିବାକୁ ଯାଉଛି ବିମାନ। ଏଣିକି ବିଭିନ୍ନ ନୂଆ ସ୍ଥାନକୁ ବିମାନ ଦ୍ବାରା ଯାତ୍ରା କରିବା ସୁବିଧା ହେବ। ନୂଆ ବର୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଉଡାଣ ଭରିବାକୁ ଯାଉଛି ଆଉ ୫ ଟି ନୂଆ ବିମାନ।

ଆସନ୍ତା ଜାନୁୟାରୀ ୧ରୁ ଇନ୍ଦୋର ଓ ଡେରାଡୁନକୁ ଆରମ୍ଭ ହେବ ବିମାନ ସେବା। ଇଣ୍ଡିଗୋ ବିମାନ ଦ୍ବାରା ଯୋଗାଇଦିଆଯିବାକୁ ଥିବା ଏହି ସେବା, ଇନ୍ଦୋରକୁ ସପ୍ତାହରେ ୪ ଦିନ ଓ ଡେରାଡୁନକୁ ସପ୍ତାହରେ ୩ ଦିନ ଯାତାୟତ କରିବ। ସେହିପରି ଜାନୁୟାରୀ ୩ରୁ ଲକ୍ଷ୍ନୌ , ଜୟପୁର, କୋଚିକୁ ବିମାନ ଯାତ୍ରା ଆରମ୍ଭ ହେବ। ଏହାସହ ଏୟାର ଇଣ୍ଡିଆ ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ଯାତ୍ରା କରିବ। ଏଥିସହିତ ଭୁବନେଶ୍ୱରରୁ କୋଚିକୁ ସବୁଦିନ ବିମାନ ସେବା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।

Leave A Reply

Your email address will not be published.