ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ନୂଆ ବର୍ଷରୁ ଭୁବନେଶ୍ୱରରୁ ୫ଟି ସ୍ଥାନକୁ ଉଡିବ ବିମାନ

0

ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ନୂଆ ବର୍ଷରୁ ନୂଆ ସ୍ଥାନ ସହ ଯୋଡି ହେବ ଭୁବନେଶ୍ବର। ଭୁବନେଶ୍ବର ବିମାନବନ୍ଦରରୁ ନୂଆ ସ୍ଥାନକୁ ଉଡାଣ ଭରିବାକୁ ଯାଉଛି ବିମାନ। ଏଣିକି ବିଭିନ୍ନ ନୂଆ ସ୍ଥାନକୁ ବିମାନ ଦ୍ବାରା ଯାତ୍ରା କରିବା ସୁବିଧା ହେବ। ନୂଆ ବର୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଉଡାଣ ଭରିବାକୁ ଯାଉଛି ଆଉ ୫ ଟି ନୂଆ ବିମାନ।

ଆସନ୍ତା ଜାନୁୟାରୀ ୧ରୁ ଇନ୍ଦୋର ଓ ଡେରାଡୁନକୁ ଆରମ୍ଭ ହେବ ବିମାନ ସେବା। ଇଣ୍ଡିଗୋ ବିମାନ ଦ୍ବାରା ଯୋଗାଇଦିଆଯିବାକୁ ଥିବା ଏହି ସେବା, ଇନ୍ଦୋରକୁ ସପ୍ତାହରେ ୪ ଦିନ ଓ ଡେରାଡୁନକୁ ସପ୍ତାହରେ ୩ ଦିନ ଯାତାୟତ କରିବ। ସେହିପରି ଜାନୁୟାରୀ ୩ରୁ ଲକ୍ଷ୍ନୌ , ଜୟପୁର, କୋଚିକୁ ବିମାନ ଯାତ୍ରା ଆରମ୍ଭ ହେବ। ଏହାସହ ଏୟାର ଇଣ୍ଡିଆ ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ଯାତ୍ରା କରିବ। ଏଥିସହିତ ଭୁବନେଶ୍ୱରରୁ କୋଚିକୁ ସବୁଦିନ ବିମାନ ସେବା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।

Leave A Reply

Your email address will not be published.