ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ଡିସେମ୍ବର ୧ ତାରିଖ ଦିନ ହେବ ନୂତନ କଂସ ଚୟନ

0

ବରଗଡ଼: ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୫ ଜାନୁୟାରୀ ୩ତାରିଖରୁ ଆରମ୍ଭ ହେବ। ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ହେବ ନୂତନ କଂସ ଚୟନ। ଏଥିପାଇଁ ତାରିଖ ଘୋଷଣା ହୋଇଛି। ଡିସେମ୍ବର ୧ ତାରିଖ ଦିନ ହେବ ନୂତନ କଂସ ଚୟନ। ଚୟନ ପ୍ରକିୟାରେ ସାମିଲ ହେବାକୁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ୪ ଜଣ କଳାକାରଙ୍କ ନାଁ ଘୋଷଣା କରାଯାଇଥିଲା।

ସେହି କଳାକାରମାନେ ହେଲେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଓ ସୁଶୀଲ କୁମାର ମେହେର। ଏହି ୪ ଜଣଙ୍କ ନାଁ ଘୋଷଣା କରାଯାଇଥିଲା।ଆସନ୍ତା ଡିସେମ୍ବର ୪ତାରିଖରେ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ କଂସ ଚୟନ କରାଯିବ ବୋଲି ଜଣାପଡିଛି। ତେବେ ଡ଼ିସେମ୍ବର ୧ ତାରିଖରେ ହେବାକୁ ଥିବା କଂସ ଚୟନ ପ୍ରକ୍ରିୟାରେ ସେମାନେ ନିଜେ ନିଜର ପାରଦର୍ଶିତା ଦେଖାଇବେ।

ଯେଉଁ କଳାକାର ନିଜ କଳା ପ୍ରଦର୍ଶନରେ ଶୀର୍ଷରେ ରହିବେ ସେ ହେବେ ଚଳିତ ବର୍ଷର ବିଶ୍ବ ପ୍ରସିଦ୍ଧ ବରଗଡ ଧୁନୁଯାତ୍ରାର ନୂତନ କଂସ। ଯାହାଙ୍କର ଅଟହାସ୍ୟରେ ଥରିବ ମଥୁରା। ତେବେ ଏଠାରେ କହିରଖୁଛି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ହେବ କଂସ ଚୟନ ପ୍ରକିୟା।

ସାଧାରଣତଃ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପ୍ରତି ୩ବର୍ଷରେ ଥରେ କଂସ ଅଭିନେତା ଚୟନ ହୋଇଥାନ୍ତି। ଗତ ୨୦୨୨ରେ କଂସ ଅଭିନେତା ଚୟନ ହୋଇଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ଭୋଇ ସେତେବେଳେ ପ୍ରଥମ ସ୍ଥାନ ଅଧିକାର କରି କଂସ ଅଭିନୟ ପାଇଁ ଚୟନ ହୋଇଥିଲେ ଏବଂ ଆସନ୍ତା ଧନୁଯାତ୍ରା ତାଙ୍କ ପାଇଁ ଶେଷ ସୁଯୋଗ ଥିଲା। କିନ୍ତୁ ଲାଞ୍ଚ ନେଇ ସେ ବିବାଦୀୟ ହୋଇ ପଡ଼ିବାରୁ ଧନୁଯାତ୍ରା ମହୋତ୍ସବ ସମିତି ତାଙ୍କୁ ଏଥର କଂସ ଅଭିନୟରୁ ବାଦ୍‌ ଦେଇଛି।

Leave A Reply

Your email address will not be published.