ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ବାରାଣାସୀର ରେଳ ଷ୍ଟେସନର ଭୟାବହ ଅଗ୍ନିକାଣ୍ଡ, ୨୦୦ ଗାଡି଼ ପୋଡି ପାଉଁଶ

0

ବାରାଣାସୀ: ଉତ୍ତରପ୍ରଦେଶର ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ପାର୍କିଂ ଏରିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାର୍କିଂ ହୋଇଥିବା ୨୦୦ ଗାଡି଼ ଜଳି ପୋଡି ପାଉଁଶ ହୋଇଯାଇଛି। ଜଳି ଯାଇଥିବା ସମସ୍ତ ଗାଡ଼ିଗୁଡ଼ିକ ଦୁଇ ଚକିଆ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପ୍ଲାଟଫର୍ମ ନମ୍ବର-୧ରେ ଜିଆରପି ପଛପଟେ ଥିବା ବାଇକ୍ ଷ୍ଟାଣ୍ଡରେ ଏହି ଅଘଟଣ ଘଟିଛି। ତେବେ ଆରପିଏଫ୍, ଜିଆରପି ଏବଂ ଫାୟାର ବ୍ରିଗେଡ୍ ମିଳିତ ଭାବେ ନିଆଁକୁ ନିୟନ୍ତ୍ରଣ କରିପାରିଥିଲେ। ଯାହା ଫଳରେ ଏକ ବଡ଼ ଦୁର୍ଘଟଣାକୁ ଅଳ୍ପକେ ଏଡାଇ ଦିଆଯାଇଛି। ତେବେ ନିଆଁ ଲାଗିଥିବା ସ୍ଥାନରେ ଯାତ୍ରୀ ଏବଂ ରେଳ କର୍ମଚାରୀମାନେ ସେମାନଙ୍କ ଗାଡି ପାର୍କ କରିଥାନ୍ତି।

ଅପରପକ୍ଷରେ ରାତି ପ୍ରାୟ ୧ଟା ସମୟରେ ପାର୍କିଂରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିବା କୁହାଯାଉଛି। ଯାହା ପରେ ପାର୍କିଂ ସ୍ଥଳରେ ଥିବା ଅନେକ ଗାଡି ଗୋଟିଏ ପରେ ଗୋଟିଏ ନିଆଁରେ ପୋଡି ହୋଇଯାଇଥିଲା। ଜିଆରପି ଅଧିକାରୀଙ୍କ ଅନୁଯାୟୀ, ଘଟଣାର କାରଣ ସର୍ଟ ସର୍କିଟ କିମ୍ବା ଅନ୍ୟ କେଉଁଥିପାଇଁ ହୋଇଛି ତାହା ଅନୁସନ୍ଧାନ ପରେ ହିଁ ସ୍ପଷ୍ଟ ହୋଇପାରିବ।

Leave A Reply

Your email address will not be published.