ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ବାରାଣାସୀର ରେଳ ଷ୍ଟେସନର ଭୟାବହ ଅଗ୍ନିକାଣ୍ଡ, ୨୦୦ ଗାଡି଼ ପୋଡି ପାଉଁଶ

0

ବାରାଣାସୀ: ଉତ୍ତରପ୍ରଦେଶର ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ପାର୍କିଂ ଏରିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାର୍କିଂ ହୋଇଥିବା ୨୦୦ ଗାଡି଼ ଜଳି ପୋଡି ପାଉଁଶ ହୋଇଯାଇଛି। ଜଳି ଯାଇଥିବା ସମସ୍ତ ଗାଡ଼ିଗୁଡ଼ିକ ଦୁଇ ଚକିଆ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପ୍ଲାଟଫର୍ମ ନମ୍ବର-୧ରେ ଜିଆରପି ପଛପଟେ ଥିବା ବାଇକ୍ ଷ୍ଟାଣ୍ଡରେ ଏହି ଅଘଟଣ ଘଟିଛି। ତେବେ ଆରପିଏଫ୍, ଜିଆରପି ଏବଂ ଫାୟାର ବ୍ରିଗେଡ୍ ମିଳିତ ଭାବେ ନିଆଁକୁ ନିୟନ୍ତ୍ରଣ କରିପାରିଥିଲେ। ଯାହା ଫଳରେ ଏକ ବଡ଼ ଦୁର୍ଘଟଣାକୁ ଅଳ୍ପକେ ଏଡାଇ ଦିଆଯାଇଛି। ତେବେ ନିଆଁ ଲାଗିଥିବା ସ୍ଥାନରେ ଯାତ୍ରୀ ଏବଂ ରେଳ କର୍ମଚାରୀମାନେ ସେମାନଙ୍କ ଗାଡି ପାର୍କ କରିଥାନ୍ତି।

ଅପରପକ୍ଷରେ ରାତି ପ୍ରାୟ ୧ଟା ସମୟରେ ପାର୍କିଂରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିବା କୁହାଯାଉଛି। ଯାହା ପରେ ପାର୍କିଂ ସ୍ଥଳରେ ଥିବା ଅନେକ ଗାଡି ଗୋଟିଏ ପରେ ଗୋଟିଏ ନିଆଁରେ ପୋଡି ହୋଇଯାଇଥିଲା। ଜିଆରପି ଅଧିକାରୀଙ୍କ ଅନୁଯାୟୀ, ଘଟଣାର କାରଣ ସର୍ଟ ସର୍କିଟ କିମ୍ବା ଅନ୍ୟ କେଉଁଥିପାଇଁ ହୋଇଛି ତାହା ଅନୁସନ୍ଧାନ ପରେ ହିଁ ସ୍ପଷ୍ଟ ହୋଇପାରିବ।

Leave A Reply

Your email address will not be published.