ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଭୁବନେଶ୍ୱର ବିମାନ ବନ୍ଦର ଭିତରୁ ଅଜଣା ବ୍ୟାଗ ଠାବ

0

ଭୁବନେଶ୍ୱର: ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପରେ ଭୁବନେଶ୍ୱର ବଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଠାବ ହୋଇଛି ଅଜଣା ବ୍ୟାଗ। ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ତେବେ ବ୍ୟାଗ୍‌ କାହାର ସେଥିରେ କ’ଣ ଅଛି ଏହାକୁ ନେଇ ସିଆଇଏସଏଫ ଡଗ ସ୍କ୍ବାଡ ଯାଞ୍ଚ କରୁଛି I ତେବେ ବ୍ୟାଗ୍‌ଟି କାହାର, ତାହା ସ୍ପଷ୍ଟ ହୋଇନି। ଏହାକୁ ସିଆଇଏସଏଫ ବିମାନ ବନ୍ଦର ଭିତରକୁ ନେଇଛନ୍ତି।

ରାଜ୍ୟରେ ଏଥର ୫୯ତମ ସର୍ବଭାରତୀୟ ଆଇଜିପି/ଡିଜିପି ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏବେ ଭୁବନେଶ୍ବରରେ ଜମିଛି ସବୁ ରାଜ୍ୟର ପୋଲିସ ମୁଖିଆଙ୍କ ଆସର। ଏହାରି ଭିତରେ ଏବେ ରାଜ୍ୟରେ ସକ୍ରିୟ ହୋଇଛି ଖଲ୍ଲିସ୍ତାନୀ ଉଗ୍ରବାଦୀ ଗୁରୁପତଓ୍ବନ୍ତ ପନ୍ନୁନ୍। ଗୋଟେ ପରେ ଗୋଟେ ଧମକ ଦେଇ ଓଡିଶାକୁ ଚେତାବନୀ ଦେଉଛି।

ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କଡ଼ି କରାଯାଇଥିଲା। ସିଆଇଏସ୍ ଏଫ୍ ଓ ଡଗ୍ ସ୍କ୍ୱାଡ୍ ବିମାନ ବନ୍ଦର ବାହାର ଓ ଭିତରେ ଯାଞ୍ଚ କରୁଥିଲେ। ଏହି ସମୟରେ ବିମାନ ବନ୍ଦର ଭିତରେ ଏକ ନୀଳ ରଙ୍ଗର ଠାବ କରାଯାଇଥିଲା। ଯାହାକୁ ନେଇ ସନ୍ଦେହ ବଢ଼ିଛି।

ସୂଚନାଯୋଗ୍ୟ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଆଜି ଏକ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଥିଲା। ଯେଉଁଥିଲେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଥିଲା। ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦିଆଯାଇଥିଲା।

Leave A Reply

Your email address will not be published.