ପ୍ରମୁଖ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ
କଟକରେ ଗୁଳିକାଣ୍ଡ: ଯୁବକ ମୃତ୍ୟୁ

ଓଡ଼ିଶା ବଜାରରେ ପ୍ରବେଶ କଲା ଜିନ୍ଦଲ ପାନ୍ଥର ସିମେଣ୍ଟ

0

ଭୁବନେଶ୍ୱର/ପୁରୀ: ନୂତନତା ଓ ଉଚ୍ଚମାନର ଗୁଣବତ୍ତା ପାଇଁ ଜଣାଶୁଣା ଜିନ୍ଦଲ ପାନ୍ଥର୍ ସିମେଣ୍ଟ ଗତ ୨୮ତାରିଖ ଦିନ ପୁରୀରେ ଆୟୋଜିତ ଏକ ଉନ୍ମୋଚନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ସିମେଣ୍ଟ ବଜାରରେ ପଦାର୍ପଣ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସହିତ ପୂର୍ବ ଭାରତର ନିର୍ମାଣ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଏହାର ଅତ୍ୟାଧୁନିକ ଅନୁଗୁଳ ସିମେଣ୍ଟ ପ୍ଲାଣ୍ଟର ଶୁଭାରମ୍ଭ ଉତ୍ସବ ମଧ୍ୟ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିନ୍ଦଲ ପାନ୍ଥର ସିମେଣ୍ଟର ୩ଟି ପ୍ରିମିୟମ ଭାରିଏଣ୍ଟକୁ ବଜାର ବିକ୍ରି ପାଇଁ ଉନ୍ମୋଚନ କରାଯାଇଛି । ଜିନ୍ଦଲ ପାନ୍ଥର କଂକ୍ରିଟ ଅଲ୍ଟିମା (ପିଏସସି ସିମେଣ୍ଟ), ଜିନ୍ଦଲ ପାନ୍ଥର ସିଲ୍ଡ (ପିଏସସି) ଓ ଜିନ୍ଦଲ ପାନ୍ଥର ସିଲ୍ଡ( ସିସି ସିମେଣ୍ଟ) ବଜାରରେ ଉପଲବ୍ଧ ହେବ। ଜିନ୍ଦଲ ପାନ୍ଥର କଂକ୍ରିଟ ଅଲ୍ଟିମା ମଜବୁତ, ଅବକ୍ଷୟପ୍ରତିରୋଧୀ ଓ ଏହାର ପ୍ୟାକେଜିଂ ଅତ୍ୟନ୍ତ ସୁରକ୍ଷିତ। ସେହିପରି ଜିନ୍ଦଲ ପାନ୍ଥର ସିଲ୍ଡ (ପିଏସସି) ସିମେଣ୍ଟ ଉନ୍ନତଫିନିସ ଦେବା ସହିତ କ୍ଲୋରାଇଡ ଓ ସଲଫେଟ ଆକ୍ରମଣ ପ୍ରତିରୋଧୀ ଏବଂ ଏହାର ସ୍ଥାୟିତ୍ୱ ଅଧିକ । ଜିନ୍ଦଲ ପାନ୍ଥର ସିଲ୍ଡ (ସିସି ସିମେଣ୍ଟ) ଉତ୍କୃଷ୍ଟ ଫିନିସିଂ, ପରିବଶ ଅନୁକୂଳ ଓ ଏହାର ସ୍ଥାୟିତ୍ୱ ସୁଦୀର୍ଘ ।

ବାର୍ଷିକ ୧.୫ ନିୟୁତ ଟନ ଉତ୍ପାଦନ କ୍ଷମତା ସହ ଅନୁଗୁଳ ସିମେଣ୍ଟ ପ୍ଲାଣ୍ଟର କାର୍ଯ୍ୟକ୍ଷମ ହୋଇଛି, ଯାହା ୨୦୨୬ ସୁଦ୍ଧା ବାର୍ଷିକ ଉତ୍ପାଦନ କ୍ଷମତା ୩ ନିୟୁତ ଟନକୁ ବୃଦ୍ଧି କରାଯିବ। ଏହା ସହିତ ରାଇଗଡସ୍ଥିତ ସିମେଣ୍ଟ ପ୍ଲାଣ୍ଟରେ ବାର୍ଷିକ ଉତ୍ପାଦନ କ୍ଷମତା ୧ ମିଲିୟନ ଟନକୁ ମିଶାଇ ବର୍ତ୍ତମାନ କମ୍ପାନିର ମୋଟ୍ ଉତ୍ପାଦନ କ୍ଷମତା ୨.୫ ମିଲିୟନ ଟନ ରହିଛି।  ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ପରିବେଶ ଅନୁକୂଳ ବ୍ୟବସ୍ଥା ଥିବା ଏହି ପ୍ଲାଣ୍ଟ, ଜିନ୍ଦଲ ପାନ୍ଥର୍ ସିମେଣ୍ଟର ନିରନ୍ତରତା ଏବଂ ଶକ୍ତି-ଦକ୍ଷତା ପ୍ରତି ସମର୍ପଣକୁ ଦର୍ଶାଉଛି।

ଅନୁଗୁଳ ପ୍ଲାଣ୍ଟ ଓଡ଼ିଶା, ପଶ୍ଚିବଙ୍ଗ, ବିହାର ଓ ଅନ୍ୟ ପଡ଼ୋଶୀ ରାଜ୍ୟର ବର୍ଦ୍ଧିତ ସିମେଣ୍ଟ ଚାହିଦା ଓ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତାକୁ ପୂରଣ କରିବ।ଜିନ୍ଦଲ ପାନ୍ଥର ସିମେଣ୍ଟର ସିଇଓ ରୋହିତ ଭୋରା କହିଛନ୍ତି ଯେ ଅନୁଗୁଳ ସିମେଣ୍ଟ ପ୍ଲାଣ୍ଟ କମ୍ପାନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ପରିବେଶ ଅନୁକୂଳ ବ୍ୟବସ୍ଥା ସହିତ ପରିଚାଳିତ ଏହି ପ୍ଲାଣ୍ଟ ଅଧିକ ମଜବୁତ, ଉନ୍ନତ ଓ ଦୀର୍ଘସ୍ଥାୟୀ ଗୁଣବତ୍ତାସମ୍ପନ୍ନ ସିମେଣ୍ଟ ଉତ୍ପାଦନ ପାଇଁ ସକ୍ଷମ। ଗୁଣବତ୍ତା ଏବଂ ସ୍ଥାୟୀତ୍ୱରେ ନୂତନ ଶିଳ୍ପ ମାନଦଣ୍ଡ ସ୍ଥାପନ କରିବା ସହିତ ଭାରତରେ ନିର୍ମାଣ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ଭୋରା ଗୁରୁତ୍ୱାରୋପ କରିଥିଲେ।

Leave A Reply

Your email address will not be published.