ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା

0

ଛତିଶଗଡ଼: ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା। ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ବିଜାପୁର ଜିଲା ଭୈରମଗଡ଼ ଥାନା ତାଲେର ଗ୍ରାମ ନିବାସୀ କୁମ୍ମେଶ କୁ୍‌ଜାମ।

ଅନ୍ୟପକ୍ଷେ ମାଓବାଦୀମାନେ ହତ୍ୟା ପରେ ମୃତ ଦେହକୁ ଚିହିକା-ଚିଣ୍ଡୋତି ରାସ୍ତାରେ ଫିଙ୍ଗିଦେଇଥିଲେ। ଘଟଣାସ୍ଥଳରୁ ଭୈରମଗଡ଼ ଏରିଆ କମିଟି ଦ୍ୱାରା ଜାରି କରାଯାଇଥିବା ପାମ୍ପଲେଟ ପୋଲିସ ମୃତଦେହ ନିକଟରୁ ଜବତ କରିଛ। ପାମ୍ପଲେଟରେ ମୃତ ଗ୍ରାମବାସୀ ପୋଲିସ ସୂଚନାଦାତା ବୋଲି ସନ୍ଦେହ କରି ତାଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ଘଟଣା ପରେ ଉକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋର୍‌ଦାର କରାଯାଇଛି।

Leave A Reply

Your email address will not be published.