ପ୍ରମୁଖ ଖବର

ମୌସୁମୀ ବାୟୁ ସକ୍ରିୟ ପାଇଁ ପାଗ ଅନୁକୂଳ
ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ ଉଦ୍ଧାର
ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଦେବ ଟାଟା ଗ୍ରୁପ
ବିମାନ କ୍ରାସ ଘଟଣାରେ ୫ ଡାକ୍ତରୀ ଛାତ୍ର ମୃତ
ବିମାନ କ୍ରାସ: ମୃତକଙ୍କ ହେବ ଡିଏନ୍‌ଏ ପରୀକ୍ଷା
ଭୁବନେଶ୍ୱରରୁ ଆବୁଧାବି ଉଡ଼ିଲା ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଯାଜପୁର ଝାଡ଼ାବାନ୍ତିରେ ଆଉ ୨ ମୃତ
ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା
ଯୁକ୍ତ ୩ ନାମ ଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ଲିଷ୍ଟ

ଦୀର୍ଘ ଦିନ ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ବର:ଏଣିକି ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ ଆକ୍ସନ ମୋଡରେ ରାଜ୍ୟ ସରକାର। ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ଦିନ ଛୁଟିରେ ଥିବାରୁ ଏହିସବୁ ଡାକ୍ତରଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ କ୍ୟାଡରରେ ୧୯୬ ଜଣ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଦୀର୍ଘ ଦିନ ହେଲା ଛୁଟିରେ ଅଛନ୍ତି। ତେଣୁ ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାଜ୍ୟରେ ଏବେ ଡାକ୍ତର ମରୁଡ଼ି। ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ପଡ଼ିଛି। ମୋଟ ୩୦ଟି ଜିଲ୍ଲାର ୩୭୫ଟି ସିଏଚସିରେ ଖାଲି ପଡ଼ିଛି ଡାକ୍ତରଙ୍କ ପଦବୀ। ଗଞ୍ଜାମରେ ସର୍ବାଧିକ ୪୫୦, ମୟୁରଭଞ୍ଜରେ ୩୦୯, ଖୋର୍ଦ୍ଧାରେ ୧୨, କଟକରେ ୨୮୧ ଡାକ୍ତର ପଦବୀ ଖାଲି ପଡିଛି। ସେହିପରି ମୟୁରଭଞ୍ଜରେ ୮୭, ଗଞ୍ଜାମରେ ୮୭, ଖୋର୍ଦ୍ଧାରେ ୨୯, କଟକରେ ୪୩ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲିପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଏବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ରାଜ୍ୟ ସରକାର।

Leave A Reply

Your email address will not be published.