ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଖୁବଶୀଘ୍ର ବିବାହ କରିବେ ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ

0

ହାଇଦ୍ରାବାଦ: ଭାରତର ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳି ତଥା ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ପଡ଼ିବ ହାତ ଗଣ୍ଠି। ବଧୂ ସାଜିବେ ଭାରତର ଷ୍ଟାର ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ। ଆସନ୍ତା ଡିସେମ୍ବର ୨୨ ତାରିଖରେ ହେବ ବିବାହ ଉତ୍ସବ। ରାଜସ୍ଥାନର ଉଦୟପୁରରେ ହାତକୁ ଦି ହାତ ହେବେ ଏହି ଷ୍ଟାର୍‌ ଖେଳାଳି। କାରଣ ପିଭି ସିନ୍ଧୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ସେମାନଙ୍କର ବିବାହ ହେବ। ସିନ୍ଧୁଙ୍କ ଭାବି ସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ ଏବଂ ପୋଜିଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ।

ପିଭି ସିନ୍ଧୁଙ୍କ ପିତା ପିଭି ରମନା କହିଛନ୍ତି ଯେ ଉଭୟ ପରିବାର ପରସ୍ପରକୁ ଜାଣିଛନ୍ତି। ସିନ୍ଧୁ ଜାନୁଆରୀରୁ ବ୍ୟାଡମିଣ୍ଟନ କାର୍ଯ୍ୟସୂଚୀରେ ବହୁତ ବ୍ୟସ୍ତ ରହିବେ, ତେଣୁ ଡିସେମ୍ବର ବିବାହ ପାଇଁ ଠିକ୍ ସମୟ ରହିବ। ଡିସେମ୍ବର ୨୨ରେ ଉଦୟପୁରରେ ଏହି ବିବାହ ହେବ ଏବଂ ଡିସେମ୍ବର ୨୪ରେ ହାଇଦ୍ରାବାଦରେ ରିସେପ୍ସନ୍ ହେବ। ଏହା ପରେ ସିନ୍ଧୁ ଟ୍ରେନିଂକୁ ଫେରିବେ, କାରଣ ପରବର୍ତ୍ତୀ ସିଜନ୍ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.