ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଯୁବକ ଗିରଫ

0

ବାଙ୍କୀ: ପୁଣି ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା। ବାଙ୍କୀ ଅଞ୍ଚଳର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଛି ବାଙ୍କୀ ପୋଲିସ । ଅଭିଯୁକ୍ତଙ୍କ ନାମ ଅମୀୟ ଚକ୍ର। ବାଙ୍କୀ ପୋଲିସ ତାଙ୍କୁ ଯାଜପୁର ଅଞ୍ଚଳରୁ ଗିରଫ କରିଥିବା ସୂଚନା ମିଳିଛି।
ଭିଡିଓ ଭାଇଲାଲ ଘଟଣା ନେଇ ଗତ ମାସରେ ଯୁବତୀ ଜଣଙ୍କ ବାଙ୍କୀ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଅଭିଯୁକ୍ତଙ୍କ ନମ୍ବରକୁ ଟ୍ରାକ କରି ଧରିଛି। ସୂଚନା ଅନୁସାରେ ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ଏହି ଯୁବକ ଜଣକ ବାଙ୍କୀ ହରିରାଜ୍ ପୁର ଗ୍ରାମର ଯୁବତୀଙ୍କ ସହିତ ଏକାଠି ରହୁଥିଲେ। ବିବାହର ପ୍ରତିଶୃତି ଦେଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ରଖିଥିଲେ।

ଯୁବତୀ ଜଣକ ଯେତେବେଳେ ବିବାହ କରିବାକୁ ବାଧ୍ୟ କଲେ ଯୁବକ ସେହି ଭିଡିଓକୁ ମୋବାଇଲରେ ଭାଇରାଲ କରିଥିଲେ। ଏହି ଘଟଣା ନେଇ ଗତ ନଭେମ୍ବର ମାସ ୧୪ ତାରିଖରେ ଯୁବତୀ ଜଣକ ବାଙ୍କୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଏହି ଘଟଣାରେ କିଛି ପଦକ୍ଷେପ ନ ନେବାରୁ ଗ୍ରାମାଞ୍ଚଳ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ। ଥାନାର ଏତଲା ଆଧାରରେ ପୋଲିସ ଅଭିଯୁକ୍ତଙ୍କ ନମ୍ବରକୁ ଟ୍ରାକ କରି ଯାଜପୁରରୁ ଧରିବାରେ ସକ୍ଷମ ହୋଇଛି।

Leave A Reply

Your email address will not be published.