ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଯୁବକ ଗିରଫ

0

ବାଙ୍କୀ: ପୁଣି ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା। ବାଙ୍କୀ ଅଞ୍ଚଳର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଛି ବାଙ୍କୀ ପୋଲିସ । ଅଭିଯୁକ୍ତଙ୍କ ନାମ ଅମୀୟ ଚକ୍ର। ବାଙ୍କୀ ପୋଲିସ ତାଙ୍କୁ ଯାଜପୁର ଅଞ୍ଚଳରୁ ଗିରଫ କରିଥିବା ସୂଚନା ମିଳିଛି।
ଭିଡିଓ ଭାଇଲାଲ ଘଟଣା ନେଇ ଗତ ମାସରେ ଯୁବତୀ ଜଣଙ୍କ ବାଙ୍କୀ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଅଭିଯୁକ୍ତଙ୍କ ନମ୍ବରକୁ ଟ୍ରାକ କରି ଧରିଛି। ସୂଚନା ଅନୁସାରେ ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ଏହି ଯୁବକ ଜଣକ ବାଙ୍କୀ ହରିରାଜ୍ ପୁର ଗ୍ରାମର ଯୁବତୀଙ୍କ ସହିତ ଏକାଠି ରହୁଥିଲେ। ବିବାହର ପ୍ରତିଶୃତି ଦେଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ରଖିଥିଲେ।

ଯୁବତୀ ଜଣକ ଯେତେବେଳେ ବିବାହ କରିବାକୁ ବାଧ୍ୟ କଲେ ଯୁବକ ସେହି ଭିଡିଓକୁ ମୋବାଇଲରେ ଭାଇରାଲ କରିଥିଲେ। ଏହି ଘଟଣା ନେଇ ଗତ ନଭେମ୍ବର ମାସ ୧୪ ତାରିଖରେ ଯୁବତୀ ଜଣକ ବାଙ୍କୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଏହି ଘଟଣାରେ କିଛି ପଦକ୍ଷେପ ନ ନେବାରୁ ଗ୍ରାମାଞ୍ଚଳ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ। ଥାନାର ଏତଲା ଆଧାରରେ ପୋଲିସ ଅଭିଯୁକ୍ତଙ୍କ ନମ୍ବରକୁ ଟ୍ରାକ କରି ଯାଜପୁରରୁ ଧରିବାରେ ସକ୍ଷମ ହୋଇଛି।

Leave A Reply

Your email address will not be published.