ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୂମିହୀନଙ୍କୁ ଜମି ଦେବେ ରାଜ୍ୟସରକାର

0

ଭୁବନେଶ୍ବର: ଭୂମିହୀନଙ୍କୁ ଜମି ଯୋଗାଇଦେବେ ରାଜ୍ୟସରକାର। ଘର କରିବାକୁ ସେମାନଙ୍କୁ ରାଜ୍ୟସରକାର ଯୋଗାଇବେ ୪ ଡେସିମିଲ ଜମି। ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ପୂର୍ବରୁ ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ମଧ୍ୟ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀସ୍ତରରେ ସଂଶୋଧନ କରାଯାଇଛି।

ଭୂମିହୀନଙ୍କୁ ଜମି ଦେବା ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ବସୁନ୍ଧରା ଯୋଜନା ଅନୁସାରେ ଭୂମିହୀନଙ୍କୁ ଘର କରିବାକୁ ଜମି ଯୋଗାଇ ଦିଆଯିବ। ସେ ଆହୁରି କହିଛନ୍ତି ଭୂମିହୀନ ଅର୍ଥ ଯେଉଁମାନଙ୍କର ବାସଗୃହ କିମ୍ବା ଚାଷ ପାଇଁ କୌଣସି ଜମି ନଥାଏ। କିନ୍ତୁ ଏପରି କିଛି ଗରିବ ଲୋକ ଅଛନ୍ତି ସେମାନଙ୍କ ପାଖରେ ଥିବା ଜମିର ଆକାର ଏତେ ଛୋଟ ଯେ ସେଥିରେ ସେମାନେ ଚାଷ କିମ୍ବା ଘର କରିବା ଅସମ୍ଭବ। ଏହିପାରି ବର୍ଗର ଲୋକଙ୍କୁ ଆମେ ଜମି ଯୋଗାଇ ଦେବାକୁ ସ୍ଥିର କରିଛୁ। ସରକାର ସେମାନଙ୍କ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ମୋଟ ୪ ଡେସିମିଲ ଜମି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ଯଦି ସେମାନଙ୍କ ପାଖରେ ୪ ଡେସିମିଲରୁ କମ ଜମି ଥାଏ ତେବେ ସେମାନେ ଏହାକୁ ସରକାରଙ୍କୁ ହସ୍ତଗତ କରିବା ପରେ ସେମାନଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ୪ ଡେସିମିଲ ଜାଗା ଯୋଗାଇ ଦିଆଯିବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.