ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭୂମିହୀନଙ୍କୁ ଜମି ଦେବେ ରାଜ୍ୟସରକାର

0

ଭୁବନେଶ୍ବର: ଭୂମିହୀନଙ୍କୁ ଜମି ଯୋଗାଇଦେବେ ରାଜ୍ୟସରକାର। ଘର କରିବାକୁ ସେମାନଙ୍କୁ ରାଜ୍ୟସରକାର ଯୋଗାଇବେ ୪ ଡେସିମିଲ ଜମି। ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ପୂର୍ବରୁ ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ମଧ୍ୟ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀସ୍ତରରେ ସଂଶୋଧନ କରାଯାଇଛି।

ଭୂମିହୀନଙ୍କୁ ଜମି ଦେବା ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ବସୁନ୍ଧରା ଯୋଜନା ଅନୁସାରେ ଭୂମିହୀନଙ୍କୁ ଘର କରିବାକୁ ଜମି ଯୋଗାଇ ଦିଆଯିବ। ସେ ଆହୁରି କହିଛନ୍ତି ଭୂମିହୀନ ଅର୍ଥ ଯେଉଁମାନଙ୍କର ବାସଗୃହ କିମ୍ବା ଚାଷ ପାଇଁ କୌଣସି ଜମି ନଥାଏ। କିନ୍ତୁ ଏପରି କିଛି ଗରିବ ଲୋକ ଅଛନ୍ତି ସେମାନଙ୍କ ପାଖରେ ଥିବା ଜମିର ଆକାର ଏତେ ଛୋଟ ଯେ ସେଥିରେ ସେମାନେ ଚାଷ କିମ୍ବା ଘର କରିବା ଅସମ୍ଭବ। ଏହିପାରି ବର୍ଗର ଲୋକଙ୍କୁ ଆମେ ଜମି ଯୋଗାଇ ଦେବାକୁ ସ୍ଥିର କରିଛୁ। ସରକାର ସେମାନଙ୍କ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ମୋଟ ୪ ଡେସିମିଲ ଜମି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ଯଦି ସେମାନଙ୍କ ପାଖରେ ୪ ଡେସିମିଲରୁ କମ ଜମି ଥାଏ ତେବେ ସେମାନେ ଏହାକୁ ସରକାରଙ୍କୁ ହସ୍ତଗତ କରିବା ପରେ ସେମାନଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ୪ ଡେସିମିଲ ଜାଗା ଯୋଗାଇ ଦିଆଯିବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.