ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପଞ୍ଜାବରେ ୬ ମହଲା କୋଠା ଭୁଶୁଡି ୪ ମୃତ

0

ପଞ୍ଜାବ: ପଞ୍ଜାବର ମୋହାଲିରେ ଘଟିଛି ଏକ ବଡଧରଣର ଅଘଟଣ। ଏକ ୬ ମହଲା କୋଠା ଭୁଶୁଡି ପଡିଛି, ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଏହା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। କୋଠାର ତଳ ମହଲାରେ ଏକ ଜିମ୍‌ ସେଣ୍ଟର ଥିଲା। ଏହାତଳୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ, ଭୁଶୁଡି ଥିବା କୋଠା ନିକଟରେ ଖନନ କାମ ଚାଲିଥିବାରୁ କୋଠା ଭୁଶୁଡି ପଡ଼ିଛି। ଦୁର୍ଘଟଣା ସ୍ଥଳର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜେସିବି ମେଶିନ ନଜର ଆସିଛି। ଏଠାରୁ ଆବର୍ଜନା ହଟାଇବା ପାଇଁ କାର୍ଯ୍ୟ ଚାଲିଛି। ଚତୁଃପାର୍ଶ୍ୱରେ ଅନେକ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି।

ପ୍ରାରମ୍ଭିକ ସୂଚନାନୁଯାୟୀ, ନିକଟରେ ଏକ ବେସ୍‌ମେଣ୍ଟ ଖୋଳା ଯାଉଥିବା ବେଳେ କୋଠାଟି ଭୁଶୁଡି ପଡିଥିଲା। ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ସୋହନା ଗାଁର ପୂର୍ବତନ ସରପଞ୍ଚ ପରବିନ୍ଦ ସିଂ ସୋହନା କହିଛନ୍ତି, ଘଟଣା ସମୟରେ ଜିମ୍‌ ନଷ୍ଟ ହୋଇଯାଇଥିଲା ଏବଂ କିଛି ଯୁବକ ଜିମ୍‌ରେ ଥିଲେ। ସେ ଆହୁରି କହିଛନ୍ତି, କ’ଣ ଘଟିଛି ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। ଆମେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନକୁ ନିବେଦନ କରିଛୁ।

Leave A Reply

Your email address will not be published.