ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ପଞ୍ଜାବରେ ୬ ମହଲା କୋଠା ଭୁଶୁଡି ୪ ମୃତ

0

ପଞ୍ଜାବ: ପଞ୍ଜାବର ମୋହାଲିରେ ଘଟିଛି ଏକ ବଡଧରଣର ଅଘଟଣ। ଏକ ୬ ମହଲା କୋଠା ଭୁଶୁଡି ପଡିଛି, ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଏହା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। କୋଠାର ତଳ ମହଲାରେ ଏକ ଜିମ୍‌ ସେଣ୍ଟର ଥିଲା। ଏହାତଳୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ, ଭୁଶୁଡି ଥିବା କୋଠା ନିକଟରେ ଖନନ କାମ ଚାଲିଥିବାରୁ କୋଠା ଭୁଶୁଡି ପଡ଼ିଛି। ଦୁର୍ଘଟଣା ସ୍ଥଳର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜେସିବି ମେଶିନ ନଜର ଆସିଛି। ଏଠାରୁ ଆବର୍ଜନା ହଟାଇବା ପାଇଁ କାର୍ଯ୍ୟ ଚାଲିଛି। ଚତୁଃପାର୍ଶ୍ୱରେ ଅନେକ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି।

ପ୍ରାରମ୍ଭିକ ସୂଚନାନୁଯାୟୀ, ନିକଟରେ ଏକ ବେସ୍‌ମେଣ୍ଟ ଖୋଳା ଯାଉଥିବା ବେଳେ କୋଠାଟି ଭୁଶୁଡି ପଡିଥିଲା। ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ସୋହନା ଗାଁର ପୂର୍ବତନ ସରପଞ୍ଚ ପରବିନ୍ଦ ସିଂ ସୋହନା କହିଛନ୍ତି, ଘଟଣା ସମୟରେ ଜିମ୍‌ ନଷ୍ଟ ହୋଇଯାଇଥିଲା ଏବଂ କିଛି ଯୁବକ ଜିମ୍‌ରେ ଥିଲେ। ସେ ଆହୁରି କହିଛନ୍ତି, କ’ଣ ଘଟିଛି ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। ଆମେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନକୁ ନିବେଦନ କରିଛୁ।

Leave A Reply

Your email address will not be published.