ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ପୋଲ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌

0

ପଟ୍ଟାମୁଣ୍ଡାଇ: ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ବଡପଡ଼ାଠାରେ ଏହି ଘଟଣା ଘଟିଛି। ଆଜି କଟକରୁ କେନ୍ଦ୍ରାପଡ଼ାର ଜମ୍ବୁ ଯାଉଥିବା ଯାତ୍ରୀବାହୀ ବସ୍‌ ‘ଉମାଶଙ୍କର’ ଭାରସାମ୍ୟ ହରାଇ କେନାଲକୁ ଖସି ପଡିଛି।

ବସ୍‌ଟି କଟକରୁ ଜମ୍ବୁ ଅଭିମୁଖେ ଯାଉଥିବା ବେଳେ ସନ୍ଧ୍ୟାରେ ଘଟିଛି ଏହି ଘଟଣା। ଜଣେ ଯାତ୍ରୀଙ୍କ ସୂଚନା ଅନୁସାରେ, ବସ୍‌ଟିରେ ୨୦ରୁ୨୫ ଜଣ ଥିଲେ। ବସ୍‌ଟି ହଠାତ୍ ଓଲଟି ପଡ଼ିଥିଲା। କେହି କିଛି ବୁଝି ପାରି ନଥିଲେ। ବସ୍‌ର ଏକ ଦ୍ୱାର ଦେଇ ପ୍ରଥମେ ଡ୍ରାଇଭର ବାହାରକୁ ଯାଇଥିଲେ। ତା’ପରେ ଯାତ୍ରୀମାନଙ୍କୁ ଜଣେ ଜଣେ ବାହାର କରାଯାଇଥିଲା। ତେବେ ସାମାନ୍ୟ ଭାବରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଥିବା ବେଳେ, ଗୁରୁତରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ପାଇ ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ। ଏହି ବସ୍‌ରେ ମହିଳା ଓ ଶିଶୁ ମଧ୍ୟ ଯାତ୍ରା କରୁଥିବା ସୂଚନା ମିଳିଛି। ବସ୍‌ଟି ଏକ ହମ୍ପସକୁ ଅତିକ୍ରମ କରିବାବେଳେ ହଠାତ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି ଉଦ୍ଧାର ହୋଇଥିବା ଯାତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ପରେ ସ୍ଥାନୀୟ ଲୋକେ ସହାୟତା କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ଷା ଓ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାକୁ ପଠାଯାଇଥିଲା।

Leave A Reply

Your email address will not be published.