ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

୨୮ରେ ସମ୍ବଲପୁର ଆସିବେ ଶାହ

0

ସମ୍ବଲପୁର: ଓଡ଼ିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୮ରେ ସେ ସମ୍ବଲପୁର ଗସ୍ତ କରିବେ। ଏନେଇ ଶନିବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି।ଶାହା ତାଙ୍କ ଗସ୍ତ କାଳରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ। ଏହାପରେ ୩/୪ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ ବୋଲି ଜୟନାରାୟଣ କହିଛନ୍ତି।

ବିଜେପି ରାଷ୍ଟ୍ରୀୟ ନେତୃତ୍ୱଙ୍କ ଫୋକସରେ ରହିଛି ଓଡ଼ିଶା। ମାସକ ମଧ୍ୟରେ ଦ୍ୱିତୀୟ ଥର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।ସମ୍ବଲପୁର ବିଧାୟକ ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ୨୮ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ଏହି ଗସ୍ତ ସମୟରେ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ଶ୍ରୀ ଶାହ ୨୮ତାରିଖରେ ସମ୍ବଲପୁରରେ ପହଞ୍ଚିବା ପରେ ସିଧାସଳଖ ସମଲେଶ୍ୱରୀ ମନ୍ଦିର ଯିବେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ସେ ଗଙ୍ଗାଧର ମେହେର କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବୁର୍ଲା ଭୀମସାର ଯିବେ। ଭୀମସାର ସୁପର ସ୍ପେଶାଲିଷ୍ଟ ବିଲଡିଂକୁ ଉଦଘାଟନ କରିବାରା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହାସହ ଅନ୍ୟ କିଛି ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ଶାହ ବିଜେପି ବିଧାୟକ,ସାଂସଦ ଓ ବରିଷ୍ଠ କର୍ମକର୍ତ୍ତାଙ୍କ ବୈଠକ ମଧ୍ୟ ନେବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।

Leave A Reply

Your email address will not be published.