ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ପୂର୍ବତନ କ୍ରିକେଟର୍‌ ରବିନ ଉଥପ୍ପାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି

0

ନ୍ୟୁଜ୍ ବ୍ୟୁରୋ: ଅଡୁଆରେ ଟିମ୍‌ ଇଣ୍ଡିଆରେ ପୂର୍ବତନ କ୍ରିକେଟର୍‌ ରବିନ୍‌ ଉଥାପ୍ପା। ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ଉଥପ୍ପାଙ୍କ ଉପରେ ଇପିଏଫଓ ଟଙ୍କା ଘୋଟାଲା କରିଥିବା ଅଭିଯୋଗ ହୋଇଛି। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ୨୩ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏହି ୱାରେଣ୍ଟ ଆଞ୍ଚଳିକ ପିଏଫ୍ ଆୟୁକ୍ତ ସଦାକ୍ଷରୀ ଗୋପାଳ ରେଡ୍ଡୀ ଜାରି କରିଛନ୍ତି। ରେଡ୍ଡୀଙ୍କ ତରଫରୁ ଜାରି ହୋଇଥିବା ୱାରେଣ୍ଟ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲକେଶିନଗର ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଉଥପ୍ପାଙ୍କ ଉପରେ ଅଭିଯୋଗ ହୋଇଛି କି ସେଞ୍ଚୁରୀ ଲାଇଫ୍‌ଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡକୁ ମ୍ୟାନେଜ୍‌ କରୁଥିବାବେଳେ କର୍ମଚାରୀଙ୍କ ଦରମାରୁ ୨୩ ଲକ୍ଷ ଟଙ୍କା କଟାଯାଇଥିଲା। ହେଲେ କିନ୍ତୁ ଏହାକୁ ସେ ଇପିଏଫଓ ପାଣ୍ଠିରେ ଜମା କରିନାହାଁନ୍ତି। ଏହି ମାମଲାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.