ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

0

ବୈପାରିଗୁଡ଼ା: ଓଡ଼ିଆ ଶହୀଦ ଯବାନ ଈଶ୍ୱରଙ୍କ ମରଶରୀର ଶନିବାର ନିଜ ଜନ୍ମମାଟିରେ ପହଞ୍ଚିଛି। ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଦିଆଯାଇଛି ଶେଷ ଶ୍ରଦ୍ଧାଞ୍ଜଳି। ଜନସମୁଦ୍ର ପାଲଟିଥିଲା ଗାଁ ଶ୍ମଶାନ। ସମସ୍ତଙ୍କ ହାତରେ ଥିଲା ଜାତୀୟ ପତକା। ସମସ୍ତଙ୍କ ମୁହଁରେ ଶହୀଦ ଯବାନ ଅମର ରହେ, ଈଶ୍ୱର ଭାଇ ଅମର ରହେ ନାରା। ନରାରେ ପ୍ରକମ୍ପିତ ହେଉଥିଲା ପରିବେଶ। ଗ୍ରାମବାସୀ ଶହୀଦ ଈଶ୍ୱରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏମିତି ଶୋକାକୁଳ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବଡାଗୁଡା ଗାଁରେ।

ସୂଚନାଯୋଗ୍ୟ, ରାଜସ୍ଥାନରେ ଟ୍ୟାଙ୍କ ଫାୟାରିଂ ଅଭ୍ୟାସ ବେଳେ କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅଧୀନ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ ଶହୀଦ ହୋଇଯାଇଥିଲେ। ଈଶ୍ୱର ୨୦୧୧ରେ ସେନାରେ ଯୋଗ ଦେଇଥିଲେ। ପରେ ସେ ଜମ୍ମୁରେ ୪୬ ଆର୍ମୀ ଆର୍ମଡ୍‌ ରେଜିମେଣ୍ଟରେ ଏଲ୍‌.ଡି ପଦବୀରେ କାର୍ଯ୍ୟରତ ଥିଲେ। ଇତି ମଧ୍ୟରେ ଫାୟାରିଂ ଅଭ୍ୟାସ ପାଇଁ ଈଶ୍ୱରଙ୍କୁ ରାଜସ୍ଥାନର ଫକରନ୍‌ ପଠାଯାଇଥିଲା। ଫକରନ୍‌ ରେଞ୍ଜରେ ଟ୍ୟାଙ୍କ ଫାୟାରିଂ ଅଭ୍ୟାସ ଚାଲିଥିବା ବେଳେ ହଠାତ୍‌ ଟ୍ୟାଙ୍କ ଭିତରୁ ଏକ ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ୍‌.ଡି.ଏମ୍‌. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ୍‌.ଡି. ଜିତେନ୍ଦ୍ର କୁମାରଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଈଶ୍ୱର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଈଶ୍ୱର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଶନିବାର ଈଶ୍ୱରଙ୍କ ମରଶରୀର ବିଶାଖାପାଟଣା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କ ଗାଁ ଅଭିମୁଖେ ବାହାରିଥିଲା। କୋରାପୁଟ ଉପଜ଼ିଲାପାଳ କାର୍ଯ୍ୟାଳୟ ନିକଟ ଛକରେ ଜିଲାର ବୃଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଶହୀଦ ଈଶ୍ୱରଙ୍କୁ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ମରଶରୀରରେ ପୈତୃକ ଗାଁ ବଡାଗୁଡାରେ ପହଞ୍ଚିଥିଲା। ସେଠାରେ ଗାର୍ଡଅଫ ଅନର ଦିଆଯିବା ସହିତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଶହୀଦ ଜବାନ ଈଶ୍ୱର ତଲିଆଙ୍କ ଶେଷ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ।

Leave A Reply

Your email address will not be published.