ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ମୃତ

0

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚାଉଁରିଆଗୁଡ଼ା ନିକଟ ଗ୍ଲେଜ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଶନିବାର ବିଳମ୍ବିତ ରାତିରେ ନବରଙ୍ଗପୁର ସହର ନିକଟସ୍ଥ ଗ୍ଲେଜ ନିକଟରେ ଦୁଇ ବାଇକ୍‌ଆରୋହୀ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ଜୀବନ ଚାଲିଯାଇଛି। ମୃତକ ଅମିତ୍ ବାଗ୍ ଓ ତ୍ରିଲୋଚନ ଜାନୀ ବୋଲି ଜଣାପଡିଛି।

ଅମିତଙ୍କ ଘର ବଡ଼ ଡାଇଭଟ୍ଟା ହୋଇଥିବାବେଳେ ତ୍ରିଲୋଚନଙ୍କ ଘର ନବରଙ୍ଗପୁର ସହରରେ। ତ୍ରିଲୋଚନ ସହର ଉପକଣ୍ଠ କୋରାପୁଟର ଆଉଁଳିସ୍ଥିତ ଏକ ଢ଼ାବାରେ କାମ କରୁଥିବା ବେଳେ ସହରରେ କିଛି କାମ ସାରି ବଡ଼ ଡାଇଭଟ୍ଟାସ୍ଥିତ ନିଜ ଘରକୁ ଫେରୁଥିଲେ। ଉଭୟ ଅମିତ ଓ ତ୍ରିଲୋଚନ ନିଜ ନିଜ ବାଇକ୍‌ରେ ଫେରୁଥିବା ଗ୍ଲେଜ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। କିଛି ସ୍ଥାନୀୟ ଲୋକ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.