ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରାଜଧାନୀରୁ ହଟିବେ ସମସ୍ତ ଉଠା ଦୋକାନୀ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରୁ ହଟିବେ ସମସ୍ତ ଉଠା ଦୋକାନୀ। ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ଉଠା ଦୋକାନୀକୁ ହଟାଯିବ। ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏମିତି କିଛି ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଉଠା ଦୋକାନୀଙ୍କୁ ହଟାଯାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ।

ଏନେଇ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ମନ ଇଚ୍ଛା ଚାଲିଥିବା ଦୋକାନ ଦେଖି ମେୟର ଅସନ୍ତୋଷ ପ୍ରକାଶ କରିବା ସହିତ ରାସ୍ତା କଡ଼ରେ ବାରମ୍ବାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ ଦୋକାନ ପକାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ତେବେ ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାଜଧାନୀ ଭୁବନେଶ୍ୱର ସଜେଇ ହେଉଥିବା ବେଳେ ଏଥିପାଇଁ ଭୁବନେଶ୍ୱରକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି। ରାସ୍ତା କଡ଼ରେ ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ ନେଇ ଯୋଜନା ହୋଇଛି। ଭେଣ୍ଡିଂ ଜୋନ୍ ପାଇଁ ରେଜିଷ୍ଟର କରିଥିବା ଦୋକାନୀ ହିଁ ଦୋକାନ ପାଇଁ ଅନୁମତି ପାଇବେ। ଏହା ସହିତ ଦୋକାନୀଙ୍କୁ ଦୋକାନ ପାଖ ସଫା ରଖିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମେୟର।

Leave A Reply

Your email address will not be published.