ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ବିଲରେ ଧାନ ଗଜା ଦେଖି ହୃଦଘାତରେ ଚାଷୀ ମୃତ

0

ଡେରାବିଶ: ଅଦିନିଆ ବର୍ଷା ସବୁ ଛାରଖାର କରିଦେଲା। ପାଣିରେ ଉବୁଟୁବୁ ହେଲା ବର୍ଷକର ପରିଶ୍ରମ। ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି। ଚାଷ ବିଲ ଦେଖି ଜଣେ ଚାଷୀଙ୍କ ଜୀବନ ଚାଲିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଘଟିଛି। ଧାନ ଫସଲରେ ପାଣି ପଶିବା ଦେଖି ଚାଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି।

୭ ଏକର ଜମିରେ ଲକ୍ଷାଧିକ ଟଙ୍କା ଧାରକରଜ କରି ଧାନ ଫସଲ କରିଥିଲେ ଚାଷୀ। ତାଙ୍କ ବର୍ଷକର ପରିଶ୍ରମ ପାଣିରେ ମିଶିଥିବା ବେଳେ ତାଙ୍କୁ ଶକ୍ତ ଆଘାତ ଲାଗିଥିଲା। ଫସଲ ନଷ୍ଟ ହୋଇଯାଇଥିବା ଦେଖି ଘରକୁ ଫେରିବା ପରେ ତାଙ୍କର ହୃଦଘାତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘରେ ଛାତିରେ ଯନ୍ତ୍ରଣା ହେଉଥିବା କହି ଟଳି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ମେଡିକାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଯାଞ୍ଚ ପରେ ଡାକ୍ତର କହିଛନ୍ତି।
ମୃତକଙ୍କ ଝିଅ କହିଛନ୍ତି, ଧାନ କଟା ହୋଇନି। ବିଲରେ ଧାନ ପଡ଼ିଥିବା ବେଳେ ପାଣି ମାଡ଼ିଯାଇଛି। ବାପା ବିଲକୁ ଯାଇଥିବା ବେଳେ ଏହା ଦେଖି ସହି ପାରି ନ ଥିଲେ। ଘରକୁ ଆସି ଛାତି ଛାତି ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେଇଥିଲୁ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚାଷ ପାଇଁ ବାପା ବହୁ ଧାରକରଜ କରି ଦେଇଛନ୍ତି। ଏବେ ତାକୁ କିପରି ଶୁଝିବୁ ଆମକୁ ସେହି ଚିନ୍ତା ଘାରିଛି।
ସୂଚନାନୁଯାୟୀ , ରାଜ୍ୟରେ କିଛି ଦିନ ହେବ ଲଗାତାର ଗୋଟିଏ ପରେ ଗୋଟିଏ ଲଘୁଚାପ ବର୍ଷା ହୋଇଛି। ଅଦିନିଆ ବର୍ଷାରେ ଅଧିକାଂଶ ସ୍ଥାନରେ ଧାନ, ପରିବାର ଫସଲ ଆଦି କ୍ଷତିଗ୍ରସ୍ତ ହୋଇଛି।

Leave A Reply

Your email address will not be published.