ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ

0

ଗରିଆବନ୍ଧ: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲ୍ଲାରେ ସୋରନାମାଲ୍ ଜଙ୍ଗଲରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଗରିଆବନ୍ଧ ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ଏହା ପରେ ଛତିଶଗଡ଼ ଓ ଓଡ଼ିଶାର ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ଏନେଇ ସିଆର୍‌ପିଏଫ୍‌ ଏବଂ ଡିଆର୍‌ଜି ଯବାନ ମିଳିତ ଭାବେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ସେତିକିବେଳେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଆଜି ସକାଳେ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ସହିତ ସୁରକ୍ଷାକର୍ମୀଙ୍କର ମୁହାଁମୁହିଁ ହୋଇଥିଲା। ଅନେକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏବେ ବି ଅପରେସନ ଜାରି ରହିଛି।ଏପରିକି ଯବାନମାନେ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଯବାନଙ୍କ ପକ୍ଷରୁ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.