ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୁଣି ମାଆ ହେଲା କଳା କଲରାପତରିଆ ବାଘ

0

ନୟାଗଡ଼: ପାଟିରେ ଛୁଆ ଧରି ବୁଲୁଛି କଳା କଲରାପତରିଆ ବାଘ। ନୟାଗଡ଼ ଜଙ୍ଗଲରେ ଛୁଆ ସହିତ ଏକ ବିରଳ ମେଲାନିଷ୍ଟିକ୍ କଳା କଲରାପତରିଆ ଦେଖିବାକୁ ମିଳିଛି। ବାଘଟି ପାଟିରେ ଏକ ଛୁଆ ନେଇ ଯାଉଥିବା କ୍ୟାମେରାରେ ଠାବ ହୋଇଛି। ନୟାଗଡ଼ ଜଙ୍ଗଲରେ ଦ୍ୱିତୀୟ ଥର ପାଇଁ ଏକ ମେଲାନିଷ୍ଟିକ୍ କଳା ବାଘ ଏକ ଶିଶୁକୁ ଜନ୍ମ ଦେଇଛି ବୋଲି ନୟାଗଡ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।
ନୟାଗଡ଼ ଜଙ୍ଗଲ ଏବଂ ମହାନାଦୀ ବନ୍ୟପ୍ରାଣୀ ଜଙ୍ଗଲ ପରିସରରେ ଚାରୋଟି ମେଲାନିଷ୍ଟିକ୍ କଲରାପତରିଆ ରହିଛନ୍ତି। ଗତ ବର୍ଷ ସେମାନେ ୨ ଟି ଛୁଆ ଜନ୍ମ କରିଥିଲେ। ତେବେ ଆଗକୁ ବାଘ ଟି ପାଟିରେ ଏକ ଛୁଆ ନେଇ ଯିବା ସମୟରେ କ୍ୟାମେରାରେ ଟ୍ରାପି ହୋଇଛି। ତେବେ କେତେ ଛୁଆ ଜନ୍ମ ନେଇଛନ୍ତି ବନ ବିଭାଗର ପାଖରେ କୌଣସି ସୂଚନା ନାହିଁ। ବାଘ ଚଳ ପ୍ରଚଳ କ୍ୟାମେରାରେ କଏଦ ହେଲେ ଛୁଆ ସଂଖ୍ୟା ଜଣାପଡ଼ିବ ବୋଲି ନୟାଗଡ ବନାଞ୍ଚଳ ଅଧିକାରିଣୀ କହିଛନ୍ତି।

Leave A Reply

Your email address will not be published.