ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପୁଣି ମାଆ ହେଲା କଳା କଲରାପତରିଆ ବାଘ

0

ନୟାଗଡ଼: ପାଟିରେ ଛୁଆ ଧରି ବୁଲୁଛି କଳା କଲରାପତରିଆ ବାଘ। ନୟାଗଡ଼ ଜଙ୍ଗଲରେ ଛୁଆ ସହିତ ଏକ ବିରଳ ମେଲାନିଷ୍ଟିକ୍ କଳା କଲରାପତରିଆ ଦେଖିବାକୁ ମିଳିଛି। ବାଘଟି ପାଟିରେ ଏକ ଛୁଆ ନେଇ ଯାଉଥିବା କ୍ୟାମେରାରେ ଠାବ ହୋଇଛି। ନୟାଗଡ଼ ଜଙ୍ଗଲରେ ଦ୍ୱିତୀୟ ଥର ପାଇଁ ଏକ ମେଲାନିଷ୍ଟିକ୍ କଳା ବାଘ ଏକ ଶିଶୁକୁ ଜନ୍ମ ଦେଇଛି ବୋଲି ନୟାଗଡ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।
ନୟାଗଡ଼ ଜଙ୍ଗଲ ଏବଂ ମହାନାଦୀ ବନ୍ୟପ୍ରାଣୀ ଜଙ୍ଗଲ ପରିସରରେ ଚାରୋଟି ମେଲାନିଷ୍ଟିକ୍ କଲରାପତରିଆ ରହିଛନ୍ତି। ଗତ ବର୍ଷ ସେମାନେ ୨ ଟି ଛୁଆ ଜନ୍ମ କରିଥିଲେ। ତେବେ ଆଗକୁ ବାଘ ଟି ପାଟିରେ ଏକ ଛୁଆ ନେଇ ଯିବା ସମୟରେ କ୍ୟାମେରାରେ ଟ୍ରାପି ହୋଇଛି। ତେବେ କେତେ ଛୁଆ ଜନ୍ମ ନେଇଛନ୍ତି ବନ ବିଭାଗର ପାଖରେ କୌଣସି ସୂଚନା ନାହିଁ। ବାଘ ଚଳ ପ୍ରଚଳ କ୍ୟାମେରାରେ କଏଦ ହେଲେ ଛୁଆ ସଂଖ୍ୟା ଜଣାପଡ଼ିବ ବୋଲି ନୟାଗଡ ବନାଞ୍ଚଳ ଅଧିକାରିଣୀ କହିଛନ୍ତି।

Leave A Reply

Your email address will not be published.