ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୬ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର, ୪୦ କେଜି ଗଞ୍ଜେଇ ସହ ୮୦ ହଜାର ଟଙ୍କା ଜବତ

0

ରାଉରକେଲା: ରାଉରକେଲା ପ୍ଲାଣ୍ଟ ସାଇଡ ଥାନା ଅଧୀନ ମୀନାପଡା ବସ୍ତି ଅଞ୍ଚଳରୁ ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଡବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ହେବ। ଏହା ସହ ଘଟଣାସ୍ଥଳରୁ ନଗଦ ୮୦ ହଜାର ଟଙ୍କା ଜବତ କରିଛି ପୋଲିସ।
ଖବର ମୁତାବକ, ସହରର ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଥିବା ନେଇ ଅନେକ ବର୍ଷ ଧରି ଅଭିଯୋଗ ହୋଇ ଆସୁଥିଲା। ହେଲେ ନିଦରେ ଶୋଇରହିଥିଲା ପୋଲିସ। ହଠାତ୍ ଆଜି ପୋଲିସ ସକାଳୁ ସକାଳୁ ଉକ୍ତ ଅଞ୍ଚଳରେ ଯୋରଦାର ଚଢାଉ କରିଥିଲା। ଏହି ସମୟରେ ୪ ଜଣ ମହିଳାଙ୍କ ନିକଟରୁ ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ପୋଲିସ ୪ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛି, ସେମାନେ କେଉଁଠୁ ଏହି ନିଶା ଦ୍ରବ୍ୟ ଆଣୁଥିଲେ ଓ କେଉଁଠିକୁ ସପ୍ଲାଏ କରୁଥିଲେ ତାହାର ଖୋଳତାଡ଼ କରୁଛି ପୋଲିସ। ତେବେ ଏହି ଚଢାଉରେ ପୋଲିସ ସହ ଡଗ୍ ସ୍କ୍ୱାଡ୍ ଟିମ୍ ବି ସାମିଲ ହୋଇଥିଲେ।

Leave A Reply

Your email address will not be published.