ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

୬ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର, ୪୦ କେଜି ଗଞ୍ଜେଇ ସହ ୮୦ ହଜାର ଟଙ୍କା ଜବତ

0

ରାଉରକେଲା: ରାଉରକେଲା ପ୍ଲାଣ୍ଟ ସାଇଡ ଥାନା ଅଧୀନ ମୀନାପଡା ବସ୍ତି ଅଞ୍ଚଳରୁ ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଡବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ହେବ। ଏହା ସହ ଘଟଣାସ୍ଥଳରୁ ନଗଦ ୮୦ ହଜାର ଟଙ୍କା ଜବତ କରିଛି ପୋଲିସ।
ଖବର ମୁତାବକ, ସହରର ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଥିବା ନେଇ ଅନେକ ବର୍ଷ ଧରି ଅଭିଯୋଗ ହୋଇ ଆସୁଥିଲା। ହେଲେ ନିଦରେ ଶୋଇରହିଥିଲା ପୋଲିସ। ହଠାତ୍ ଆଜି ପୋଲିସ ସକାଳୁ ସକାଳୁ ଉକ୍ତ ଅଞ୍ଚଳରେ ଯୋରଦାର ଚଢାଉ କରିଥିଲା। ଏହି ସମୟରେ ୪ ଜଣ ମହିଳାଙ୍କ ନିକଟରୁ ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ପୋଲିସ ୪ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛି, ସେମାନେ କେଉଁଠୁ ଏହି ନିଶା ଦ୍ରବ୍ୟ ଆଣୁଥିଲେ ଓ କେଉଁଠିକୁ ସପ୍ଲାଏ କରୁଥିଲେ ତାହାର ଖୋଳତାଡ଼ କରୁଛି ପୋଲିସ। ତେବେ ଏହି ଚଢାଉରେ ପୋଲିସ ସହ ଡଗ୍ ସ୍କ୍ୱାଡ୍ ଟିମ୍ ବି ସାମିଲ ହୋଇଥିଲେ।

Leave A Reply

Your email address will not be published.