ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

୯ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

0

ଭୁବନେଶ୍ବର: ଶୁକ୍ରବାର ରାଜ୍ୟ କ୍ୟାବିନେଟ ୯ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ‘ସୁଭଦ୍ରା’ ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ଏଣିକି ୨ଟି କିସ୍ତି ଏକାଠି ମିଳିବ। ରାଜ୍ୟ କ୍ୟାବିନେଟରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବକୁ ମୋହର ବାଜିଛି। ସୁଭଦ୍ରା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏଥିପାଇଁ ୫ ବର୍ଷରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

୮୦ ବର୍ଷରୁ ଅଧିକ ବୟସ୍କ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି କରାଯାଇଥିବାବେଳେ ସୁଭଦ୍ରା ହିତାଧିକାରୀମାନଙ୍କୁ ୨୦୨୪ର ୨ଟି କିସ୍ତି ଅର୍ଥ ଏକକାଳୀନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ପିଏମ ସୂର୍ଯ୍ୟଘର ଯୋଜନାରେ ସୋଲାର ପ୍ୟାନେଲ ପ୍ରକଳ୍ପ ସ୍ଥାପନ କଲେ ହିତାଧିକାରୀଙ୍କୁ ସବସିଡି ପ୍ରଦାନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର-ମାଗଣା ବିଜୁଳି ଯୋଜନା ପାଇଁ ୩୦ ହଜାର ଟଙ୍କା କେନ୍ଦ୍ର ସରକାର ସବସିଡି ଦେଉଥିବାବେଳେ ରାଜ୍ୟ ସରକାର ୨୫ ହଜାର ଟଙ୍କା ଅତିରିକ୍ତ ସବସିଡି ଦେବେ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ସେହିପରି ମଧୁବାବୁ ଭତ୍ତା ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନର ୮୦ ବର୍ଷ କିମ୍ବା ତା’ଠୁ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡ଼ା ୮୦ ପ୍ରତିଶତ କିମ୍ବା ତା’ଠୁ ଅଧିକ ଭିନ୍ନକ୍ଷମ ଥିବା ହିତାଧିକାରୀଙ୍କ ଭତ୍ତା ରାଶି ୩ ହଜାର ୫ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଚଳିତ ମାସରୁ ହିଁ ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯନ୍ତ୍ରପାତି ଯୋଜନା ୨୦୨୧-୨୨ରୁ ୨୫-୨୬ ୫ ବର୍ଷ ପାଇଁ ୮୭୪ କୋଟି ଟଙ୍କା ଅନୁମୋଦନ ହୋଇଛି। ଏହା କୃଷି ଉଦ୍ୟୋଗୀଙ୍କୁ ସବସିଡି ଆକାରରେ ଦିଆଯିବ। ରାଜ୍ୟ ଯୋଗାଣ ନିଗମ ଧାନ କିଣା ପାଇଁ ୧୭ ହଜାର ୫୦୦ କୋଟି ଟଙ୍କା ଋଣ କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏଥି ପାଇଁ ରାଜ୍ୟ ସରକାର ଗ୍ୟାରେଣ୍ଟି ରହିବେ।

Leave A Reply

Your email address will not be published.