ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଲୁଟ୍‌ ପାଇଁ ସୁନା ଦୋକାନ କର୍ମଚାରୀଙ୍କୁ ଗୁଳିମାଡ,୨ ମୃତ, ଜଣେ ଗୁରୁତର

0

ଯାଜପୁର: ଯାଜପୁର ଜିଲା ପାଣିକୋଇଲିରେ ଶନିବାର ଏକ ଅଘଟଣ ଘଟିଛି। ପାଣିକୋଇଲିରେ ୨ ଜଣଙ୍କୁ ଗୁଳିମାଡ କରି ଲୁଟ୍‌ ଉଦ୍ୟମ ହୋଇଛି। ଗୁଳିମାଡ଼ରେ ସୁନା ଦୋକାନରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଚିକିତ୍ସାପାଇଁ ଭୁବନେଶ୍ୱର ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ସୂଚନା ମୁତାବକ, ପାଣିକୋଇଲି ଛକରେ ଥିବା ଏକ ଅଳଙ୍କାର ଦୋକାନର ଦୁଇ କର୍ମଚାରୀ ସୁନୀଲ୍‌ ରାୟ ତାଙ୍କ ସାଥୀ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ କାର୍‌ରେ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ୩ ଜଣ ଦୁର୍ବୃତ୍ତ ସେମାନଙ୍କ କାର୍‌କୁ ପିଛା କରୁଥିଲେ। ତେବେ ପାଣିକୋଇଲି ଛକଠାରୁ ଅଳ୍ପ ଦୂରରେ ବିଦ୍ୟୁତ ଅଫିସ୍‌ ପାଖରେ ଦୁର୍ବୃତ୍ତଙ୍କ ବାଇକ୍‌କୁ ଅନ୍ୟ ଏକ କାର୍‌ ଧକ୍କା ଦେଇଥିଲା। ଅଫିସ୍‌ ଆଗରେ ଦୁର୍ଘଟଣା ଘଟିଥିବା ଦେଖି ବିଦ୍ୟୁତ୍‌ କର୍ମଚାରୀ ନୀଳମାଧବ ପଣ୍ଡା ଚିତ୍କାର କରିଥିଲେ। ଏଥିରେ ଦୁର୍ବୃତ୍ତମାନେ ରାଗି ଯାଇପ୍ରଥମେ ନୀଳମାଧବଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ପେଟ ଓ ଅଣ୍ଟାରେ ବାଜିଥିଲା। ପରେ ଅଳଙ୍କାର ଦୋକାନୀ ସୁନୀଲ୍‌ ଓ ତାଙ୍କ ସାଥୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଦେହରେ ଗୁଳି ବାଜିବାରୁ ସେମାନେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ୩ ଦୁର୍ବୃତ୍ତଙ୍କ ଭିତରୁ ୨ ଜଣଙ୍କୁ କାବୁ କରିନେଇଥିଲେ।

ଗୁଳି ମାଡ଼ରେ ଆହତ ହୋଇଥିବା ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାଣିକୋଇଲି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନୀଳମାଧବଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଚିକିତ୍ସାପାଇଁ ଭୁବନେଶ୍ୱର ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଦୁଇ ଦୁର୍ବୃତ୍ତ ଗୁରୁତର ଆହତ ହୋଇଛନ୍ତି।

Leave A Reply

Your email address will not be published.