ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବାଣ ଭିଡୁଥିବା ବେଳେ ଭୟଙ୍କର ବିସ୍ଫୋରଣ, ୧ ମୃତ

0

ଜଗତସିଂହପୁର: ବାଣ ଭିଡୁଥିବା ବେଳେ ଘଟିଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଘରର ଛାତ ମଧ୍ୟ ଉଡ଼ିଯାଇଛି। ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି। ୪ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। ଶୁକ୍ରବାର ରାତିରେ ଏହିପରି ଅଘଟଣ ଘଟିଛି ଜଗତସିଂହପୁର ସଦର ଥାନା ଅଧୀନ ବଡ଼ବାଗ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାଜେଶ କୁମାର ଦାସ।

ସୂଚନା ଅନୁଯାୟୀ, ବଡ଼ବାଗ ଗାଁରେ ଆଜି ରାତିରେ ସୁଶିଲ କୁମାର ଦାସଙ୍କ ଘରେ ଚାଲିଥିଲା ବାଣ ଭିଡ଼ା। ଏହି ସମୟରେ ବିସ୍ଫୋରଣ ହୋଇଥିଲା। ଏହି ଭୟାନକ ବିସ୍ଫୋରଣରେ ଘର ଭିତରେ ଥିବା ସୁଶିଲଙ୍କ ବଡ଼ପୁଅ ରାଜେଶ କୁମାର ଦାସଙ୍କର ମୃତ୍ୟୁ ହୋଇଛି। ରାଜେଶଙ୍କ ପତ୍ନୀ, ମଝିଆ ପୁଅ ପରେଶ କୁମାର ଦାସ ଓ ତାଙ୍କ ପତ୍ନୀ ଛାତ ତଳେ ଚାପି ହୋଇ ରହିଛନ୍ତି। ରାତି ପ୍ରାୟ ପ୍ରାୟ ସାଢ଼େ ୧୦ଟାରେ ଏହି ସମୟରେ ବାଣ ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ,ଘରର ଛାତ ଉଡ଼ି ଯାଇଥିଲା। ଘରର ଛାତ ଭାଙ୍ଗିବା କାରଣରୁ ସମସ୍ତେ ଚାପି ହୋଇଯାଇଥିଲେ। ବଡ଼ଧରଣର ଶଦ୍ଦ ଶୁଣି ଆଖପାଖ ଘରର ଲୋକେ ଦୌଡ଼ି ଆସିଥିଲେ। ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଭଙ୍ଗା ଛାତ ତଳେ ଚାପି ହୋଇଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଟିମ୍‌ ନିୟୋଜିତ ଅଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେତେଜଣ ବାଣ ଭିଡୁଥିଲେ ‌ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ମୃତାହତଙ୍କ ସଂପର୍କରେ ଅଧିକ ସୂଚନା ମିଳିପାରି ନାହିଁ। ତେବେ ପାରିପାର୍ଶ୍ବିକ ଅବସ୍ଥାରୁ ଏକାଧିକ ଆହତ ଥିବା ସୂଚନା ମିଳିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିବା ସ୍ଥାନୀୟ ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.