ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଖାନନଗର ହନୁମାନ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଚୋରି

0

କଟକ: ଦିନକୁ ଦିନ ଚୋରି ଘଟଣା ବୃଦ୍ଧି କାଇବାରେ ଲାଗିଛି। ଯାହା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଜି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଟକ ସହରରେ। ଚୋରା ଠାକୁରଙ୍କୁ ବି ଛାଡିଲେନି। ଶୁକ୍ରବାର ବିଳମ୍ବିତ ରାତିରେ କଟକ ଜିଲାର ମଧୁପାଟଣା ପୋଲିସ ଷ୍ଟେସନ ଅନ୍ତର୍ଗତ ଖାପୁରିଆ ଖାନନଗରର ପଞ୍ଚାମୁଖୀ ହନୁମାନ ମନ୍ଦିରରୁ ଦୁର୍ବୁତ୍ତମାନେ ହୁଣ୍ଡି ଏବଂ ଅଳଙ୍କାର ଲୁଟି ନେଇଛନ୍ତି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଆସି ପଞ୍ଚାମୁଖୀ ହନୁମାନ ମନ୍ଦିରରେ ଠାକୁରଙ୍କ ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଚୋରମାନେ ୫ଟି ରୂପା ମୁକୁଟ, (ମୁଦି), ସୁନା ମୁଖା, ରୂପା ଗଦା, ରୂପା ଗରା ଏବଂ ମନ୍ଦିରରୁ କଠଉ ଲୁଟି ନେଇଥିଲେ। ସେମାନେ ମନ୍ଦିରରୁ ଅନ୍ୟ ଅଳଙ୍କାର ମଧ୍ୟ ଚୋରି କରିଛନ୍ତି। ଆଜି ସକାଳେ କିଛି ସ୍ଥାନୀୟ ଲୋକ ଚୋରି ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ମଧୁପାଟଣା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.