ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

କୋଷ୍ଟଗାର୍ଡ ହେଲିକପ୍ଟର କ୍ରାସ, ୩ ମୃତ

0

ଗୁଜୁରାଟ: ଗୁଜୁରାଟର ପୋରବନ୍ଦର ବିମାନବନ୍ଦରରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋରବନ୍ଦର ଡିଏମ ଏସଡି ଧାନାନି କହିଛନ୍ତି ଯେ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଦୁର୍ଘଟଣା ପରେ ତୁରନ୍ତ ଅଗ୍ନିଶମ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ନିୟମିତ ଅଭ୍ୟାସ ବେଳେ ଆଜି ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ, ଭାରତୀୟ ତଟରକ୍ଷୀ ବାହିନୀର ଅଧିକାରୀ କହିଛନ୍ତି ଯେ ଏକ ନିୟମିତ ତାଲିମ ବିମାନ ଉଡ଼ାଣ ସମୟରେ କୋଷ୍ଟଗାର୍ଡର ଏଲଏଚ ଧ୍ରୁଭ ହେଲିକପ୍ଟର ଗୁଜରାଟର ପୋରବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଲ୍ୟାଣ୍ଡିଂ ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଭୂମିରେ ପଡ଼ିବା ମାତ୍ରେ ହେଲିକପ୍ଟରଟିରୁ ନିଆଁକୁ ଓ ଧୂଆଁର ବାହାରିବାକୁ ଲାଗିଲା। ଏହି ଘଟଣା ସମ୍ପର୍କରେ କୋଷ୍ଟଗାର୍ଡ ଅଧିକାରୀ କହିଛନ୍ତି ଯେ, ହେଲିକପ୍ଟରରେ ଜଣେ ପାଇଲଟଙ୍କ ସମେତ ଦୁଇ ଜଣ କୋ-ପଇଲଟ ଥିଲେ। ଦୁର୍ଘଟଣାରେ ୩ଜଣ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.