ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭାରତରେ ୨ ଜଣ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ

0

ବେଙ୍ଗାଲୁରୁ: ଚୀନରେ ବ୍ୟାପିଥିବା ନୂଆ ଭୂତାଣୁ ଭାରତରେ ମୁଣ୍ଡ ଟେକିବା ସହ ଚିନ୍ତାର କାରଣ ପାଲଟିଲାଣି। ଭାରତରେ ଏହି ଭୂତାଣୁ ଚିହ୍ନଟ ହେବା ସହ ଏଚ୍‌ଏମ୍‌ପିଭି ସଂକ୍ରମଣରେ ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ୮ମାସର ଶିଶୁ ପୁତ୍ର ଓ ୩ ମାସର ଶିଶୁ କନ୍ୟା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ ହସ୍ପିଟାଲରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ସୂଚନାଥାଉ କି, ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ୮ ମାସର ଶିଶୁଠାରେ HMPV ଯଥା ହ୍ୟୁମାନ ମେଟାପ୍ନୁମୋଭାଇରସ (HMPV) ନିଶ୍ଚିତ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଶିଶୁଟି ଦେଶ ବାହରକୁ କେଉଁଠିକି ଯାତ୍ରା କରିନାହିଁ। ସେମାନଙ୍କ ପରିବାରର କୌଣସି ଆନ୍ତର୍ଜାତୀୟ ଭ୍ରମଣ ଇତିହାସ ନାହିଁ। ସେହିପରି ୩ ମାସର ଶିଶୁଠାରେ ମଧ୍ୟ ଏହା ନିଶ୍ଚିତ ହୋଇଛି । କର୍ନାଟକ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା କେନ୍ଦ୍ର ସରକାରଙ୍କୁ ଦେଇଛି।

କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତତା ନାହିଁ, ଏହି ଜୀବାଣୁ ପରିବେଶରେ ଦେଖିବାକୁ ମିଳେ ଏବଂ ଯଦି ପରୀକ୍ଷା କରାଯାଏ, ତେବେ ଅଧିକାଂଶ ଲୋକ ପଜିଟିଭ୍ ମିଳିବେ, ଏହା ଏକ ସାଧାରଣ ଜୀବାଣୁ। ବର୍ତ୍ତମାନ ଏହା ପାଇଁ କୌଣସି ଟିକା ନାହିଁ, କିନ୍ତୁ ଏହାର ଲକ୍ଷଣ ଥଣ୍ଡା ଭଳି।

ଏଚଏମପିଭି ହେଉଛି ଏକ ଆରଏନଏ ଜୀବାଣୁ ଯାହା ନିମୋଭାଇରିଡା ପରିବାରର ଅଟେ। ଏହି ଜୀବାଣୁ ଶ୍ୱାସକ୍ରିୟା ସଂକ୍ରମଣ ସୃଷ୍ଟି କରେ ଯାହା ଥଣ୍ଡା ପରି ସମସ୍ୟା ସୃଷ୍ଟି କରେ। ବିଶେଷ କରି ଶୀତ ଏବଂ ବସନ୍ତ ସମୟରେ ଏହା ପାଣିପାଗକୁ ପ୍ରଭାବିତ କରିଥାଏ । ଏହାର ପ୍ରଭାବ ସାଧାରଣତଃ ନିଶ୍ୱାସ ନେବାରେ ଅସୁବିଧା ସୃଷ୍ଟି କରିଥାଏ ଏବଂ ଏହି ଜୀବାଣୁ ଶ୍ୱାସକ୍ରିୟାରେ ସମସ୍ୟା ବଢାଇଥାଏ। ହ୍ୟୁମାନ ମେଟାପ୍ନୁମୋଭାଇରସର ପ୍ରଭାବ ଶ୍ୱାସକ୍ରିୟା ସିନ୍ସିଟିଆଲ ଜୀବାଣୁ ଏବଂ ସ୍ବାଇନ ଫ୍ଲୁ ସହିତ ସମାନ।

Leave A Reply

Your email address will not be published.