ପ୍ରମୁଖ ଖବର

ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ
ପୁଲିସ୍ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ
କଲେଜ ଉପରେ ଖସିପଡ଼ିଲା ବିମାନ: ୧ ମୃତ, ଏକାଧିକ ଆହତ
୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ଖୋଲାରେ ପେଟ୍ରୋଲ ନଦେବାକୁ ସଂଘର ନିଷ୍ପତ୍ତି : ସରକାର ଡାକିଲେ ବୈଠକ
ରେଭେନ୍ସାରେ ରାଗିଂ :୧୦ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ
ପୂଜାରୀଙ୍କ ବିରୋଧରେ ଅଭିଯୋଗ
ଟଙ୍କା ନଦେଲେ ଜଳାଭିଷେକ କରିପାରିବନି ଭକ୍ତ
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

୩୧ ଯାଏଁ ବଢିଲା ରାସନ ହିତାଧିକାରୀଙ୍କ ଇ-କେୱାଇସି ଅବଧି

0

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୩୧ ଯାଏଁ ଇ-କେୱାଇସି ଅବଧି ବୃଦ୍ଧି କଲେ ସରକାର। ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଉଥିବା ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ନିକଟସ୍ଥ ଇପିଏସ କିମ୍ବା ରାସନ ଯୋଗାଣ କେନ୍ଦ୍ରରେ ଇ-କେୱାଇସି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୮ ଲକ୍ଷ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ୧୫ ପର୍ଯ୍ୟନ୍ତ ଥିବା ଅବଧିକୁ ଚଳିତ ମାସ ଶେଷ ଯାଏଁ ବଢ଼ାଇ ଦିଆଯାଇଛି । ଏନେଇ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ବିଭାଗ ଅତିରିକ୍ତ ସଚିବ। ତେବେ ଜାନୁଆରୀ ୧୫ ସୁଦ୍ଧା ଅନ୍ୟୁନ ୯୦ ପ୍ରତିଶତ ଇ-କେୱାଇସି ଅପଡେଟ୍‌ କରେଇବାକୁ ଲକ୍ଷ ରଖାଯାଇଛି।
ପୂର୍ବରୁ ସରକାର ସୂଚନା ଦେଇଥିଲେ ଯେ, ବାହାର ରାଜ୍ୟକୁ ଯାଇ ଓଡ଼ିଶା ଲୋକଙ୍କ ଇ-କେୱାଇସି କରିବେ ଅଧିକାରୀ। ଗୋଆରେ ଯାଇ ଇ-କେୱାଇସି କରାଯାଇଛି। ଭାରତ ବର୍ଷରେ ଥିବା ଅନ୍ୟ ରାଜ୍ୟକୁ ଯାଇ ବି ସରକାର କରିବେ ଇ-କେୱାଇସି। ବତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଶେଷ ହୋଇଛି। ଆହୁରି ୫୦ ଲକ୍ଷ ଲୋକ କରିନାହାନ୍ତି, କିନ୍ତୁ ସମସ୍ତଙ୍କର ଠିକ୍ ସମୟରେ ଶେଷ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଇ-କେୱାଇସିରୁ ରାଜ୍ୟ ସରକାର ପାଇଛନ୍ତି ବଡ଼ ସଫଳତା। ଧରାପଡିଛନ୍ତି ଭୂତ ରାସନ କାର୍ଡଧାରୀ। ବର୍ଷ ବର୍ଷ ଧରି

ସରକାରୀ ଯୋଜନାକୁ କରି ଚାଲୁଥିଲେ ହଡ଼ପ। ଜାଲ୍ ହିତାଧୀକାରୀଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇଛି। ରାସନ କାର୍ଡଧାରୀଙ୍କ ପରିଚୟ ଯାଞ୍ଚ କରିବାକୁ ସରକାର ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି। ନକଲି ରାସନ କାର୍ଡ ଏବଂ ଠକେଇକୁ ରୋକିବାରେ ଏହା ସାହାଯ୍ୟ କରିବ। ଇ-କେୱାଇସି ବିନା, ରାସନ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହା ଜାଣିବା କାଠିକର ପାଠ ହୋଇଯିବ। ଫଳରେ ଦେଶ ତଥା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଫାଇଦା ଉଠାଇବେ। ପୂର୍ବରୁ ଡିସେମ୍ବର ୩୧ ଏହି ଇ-କେୱାଇସି କରିବାର ଶେଷ ତାରିଖ ଥିଲା। ଏହାପରେ ସମୟସୀମା ବଢାଇ ଜାନୁଆରୀ ୧୫ ପର୍ଯ୍ୟନ୍ତ କରିଥିଲେ ରାଜ୍ୟ ସରକାର। ଆଜି ପୁଣି ଥରେ ଏହାର ସମୟ ସୀମା ବଢାଇ ଜାନୁଆରୀ ୩୧ ଯାଏଁ କରାଯାଇଛି।

Leave A Reply

Your email address will not be published.