ପ୍ରମୁଖ ଖବର

ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ଡବଲ ଡେକର ବସ
ଏବେ ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ପାଇଁ ଜାଗା ମଞ୍ଜୁର କଲେ କେନ୍ଦ୍ର ସରକାର
ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅରୁଣପୁର ଗାଁ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୯ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ
ଫେବୃଆରୀ ୫ରେ ଦିଲ୍ଲୀ ଭୋଟ୍‌
ସଲମାନ ଖାନଙ୍କ ବାଲ୍‌କୋନୀରେ ଲାଗିଲା ବୁଲେଟ୍‌ ପ୍ରୁଫ୍‌ କାଚ
ହଂସିତା ଅଭିଲିପ୍ସାଙ୍କ ଘର ସହ ୧୨ଟି ସ୍ଥାନରେ ଆୟକର ବିଭାଗର ଚଢାଉ

ପ୍ରବାସୀ ଭାରତୀୟ ଦିବସ ପାଇଁ ଜାରି ହେଲା ଟ୍ରାଫିକ କଟକଣା

0

ଭୁବନେଶ୍ଵର: ଆସନ୍ତାକାଲି ଠାରୁ ଭୁବନେଶ୍ଵରସ୍ଥିତ ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରିଛି କମିଶନରେଟ୍ ପୋଲିସ। ୮ ତାରିଖରୁ ୧୦ ତାରିଖ ଯାଏଁ କମିଶନରେଟ୍ ପୋଲିସ ଟ୍ରାଫିକ କଟକଣା କରିଛି ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଏହି ସମୟ ମଧ୍ୟରେ ଓଡ଼ିଶା ଗସ୍ତରେ ଆସୁଥିବାରୁ କମିଶନରେ ପୁଲିସ ପକ୍ଷରୁ କଟକଣା ଗୁଡ଼ିକ ଲାଗୁ କରାଯାଇଛି। କଟକଣା ସମୟରେ କୌଣସି ଯାନବାହାନ ଘୋଷିତ ରାସ୍ତାରେ ଯାତାୟାତ କରିପାରିବେ ନାହିଁ କିମ୍ବା କୌଣସି ଗଳି ରାସ୍ତାରୁ ମୁଖ୍ୟ ରାସ୍ତାକୁ ଆସିପାରିବେ ନାହିଁ।

ଆସନ୍ତାକାଲି (ଜାନୁଆରୀ ୮) ସନ୍ଧ୍ୟା ୭.୫୦ ମିନିଟରୁ ୮.୨୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ହସ୍ପିଟାଲ୍ ଛକ, ଏ.ଜି. ଛକ ଦେଇ ରାଜଭବନ ପର୍ଯ୍ୟନ୍ତ କୌଣସି ଯାନ ଯାତାୟାତ କରିବ ନାହିଁ। ଜାନୁଆରୀ ୯ ତାରିଖ ଗୁରୁବାର ଦିନ ସକାଳ ୯.୩୦ମିନିଟରୁ ୧୦ ଘଟିକା ପର୍ଯ୍ୟନ୍ତ ରାଜଭବନ ଛକ – ପାୱାର ହାଉସ ଛକ – ୧୨୦ ବି.ଏନ୍. ଛକ – ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକ – ଜାଭିୟର ଛକ-ନାଲକୋ ଛକ ପର୍ଯ୍ୟନ୍ତ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। ସକାଳ ୧୧.୨୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନାଲକୋ ଛକ – ଜାଭିୟର ଛକ – ଜୟଦେବ ବିହାର ଛକ – ବେହେରା ସାହି ଛକ – ଶାସ୍ତ୍ରୀ ନଗର ଛକ – ୧୨୦ ବି.ଏନ୍. ଛକ – ପାୱାର ହାଉସ ଛକ – ରାଜଭବନ ଛକ – ବାମ ମୋଡ଼ – ଏ.ଜି. ଛକ – ଡାହାଣ ମୋଡ଼ – ହସ୍ପିଟାଲ୍ ଛକ – ଏୟାରପୋର୍ଟ ଛକରେ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା ବେଳେ ଅପରାହ୍ନ ୪.୨୦ମିନିଟରୁ ଅପରାହ୍ନ ୪.୫୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ – ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼ – ରାଜଭବନ ପର୍ଯ୍ୟନ୍ତ କଟକଣା ରହିବ।

ପ୍ରବାସୀ ଭାରତୀୟ ଦିବସ ସମାରୋହର ଅନ୍ତିମ ଦିବସ ଜାନୁଆରୀ ୧୦ ତାରିଖରେ ସକାଳ ୧୧.୨୦ ମିନିଟରୁ ୧୧.୫୦ ମିନିଟ୍ ପର୍ଯ୍ୟନ୍ତ ରାଜଭବନ ଛକରୁ ପାୱାର ହାଉସ ଛକ – ୧୨୦ ବି.ଏନ୍. ଛକ – ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକ – ଜାଭିୟର ଛକ – ନାଲକୋ ଛକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଥିବା ବେଳେ ଅପରାହ୍ନ ୪.୫୦ ମିନିଟରୁ ସନ୍ଧ୍ୟା ୫.୨୫ ମିନିଟ୍ ପର୍ଯ୍ୟନ୍ତ ନାଲକୋ ଛକ – ଜାଭିୟର ଛକ – ଜୟଦେବ ବିହାର ଛକ – ବେହେରା ସାହି ଛକ – ଶାସ୍ତ୍ରୀ ନଗର ଛକ – ୧୨୦ ବି.ଏନ୍. ଛକ – ପାୱାର ହାଉସ ଛକ – ରାଜଭବନ ଛକ – ବାମ ମୋଡ଼ – ଏ.ଜି. ଛକ – ଡାହାଣ ମୋଡ଼ – ହସ୍ପିଟାଲ୍ ଛକ – ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି।

Leave A Reply

Your email address will not be published.