ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ବଢିବ ତାପମାତ୍ରା, କମିବ ଶୀତ

0

ଭୁବନେଶ୍ବର: ରାଜ୍ୟ ରେ ଗତ କିଛି ଦିନ ଧରି ରାତି ତାପମାତ୍ରା କମ୍ ରହିବା ଯୋଗୁଁ ଶୀତ ଅନୁଭୂତ ହେଉଛି। କିନ୍ତୁ ଏବେ ରାତି ତାପମାତ୍ରା ୨-୪°C ଯାଏଁ ବୃଦ୍ଧି ପାଇବ ଓ ଦିନ ତାପମାତ୍ରା ୧-୨°C ବୃଦ୍ଧି ହେବ ତେଣୁ ଶୀତ ର ପ୍ରଭାବ ଆସନ୍ତା ୩-୪ ଦିନ ଯାଏଁ କମ୍ ରହିବ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତର ଓଡ଼ିଶାର ଅନେକ ଅଞ୍ଚଳ ସହ ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ରେ ମଧ୍ୟମ ରୁ ଘନ କୁହୁଡ଼ି ପ୍ରଭାବ ରହିପାରେ। କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳ ରେ ଘନ କୁହୁଡ଼ି ପ୍ରଭାବ ରହିବ। ଆସନ୍ତା ୭ ଦିନ ଯାଏଁ ରାଜ୍ୟ ରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୭ ତାରିଖ ରୁ ପୁଣି ରାତି ତାପମାତ୍ରା ୨-୩°C କମିବା ସମ୍ଭାବନା ରହିଛି ତେଣୁ ୧୭ ରୁ ପୁଣି ଥଣ୍ଡା ଅନୁଭୂତ ହୋଇପାରେ।

ସାର୍ଥକ ମିଶ୍ର

Leave A Reply

Your email address will not be published.