ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ନାମାଙ୍କନ ଭରିଲେ କେଜ୍ରିଓ୍ବାଲ

0

ନୂଆଦିଲ୍ଲୀ: ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ନୂଆଦିଲ୍ଲୀ ପ୍ରାର୍ଥୀ ଅରବିନ୍ଦ କେଜ୍ରିଓ୍ବାଲ। ଆଜି ନିଜର ଦଳୀୟ ନେତାଙ୍କ ସମର୍ଥନରେ ଯାଇ ଇସିଙ୍କୁ ନିଜର ନାମାଙ୍କନ ପତ୍ର ଦେିଛନ୍ତି କେଜ୍ରିଓ୍ବାଲ । ଏନେଇ ନିଜ ଏକ୍ସରେ କେଜ୍ରିଓ୍ବାଲ ଲେଖିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀବାସୀଙ୍କ ଦେଇଥିବା ପ୍ରେମ ଏବଂ ଆଶୀର୍ବାଦ, ମୋତେ ପୂର୍ଣ୍ଣ ସମର୍ପଣ ଏବଂ ସେବା ମନୋଭାବ ସହିତ କାମ କରିବା ପାଇଁ ଶକ୍ତି ଏବଂ ପ୍ରେରଣା ଯୋଗାଇଛି। ମୋର ପୂର୍ଣ୍ଣ ବିଶ୍ୱାସ ରହିଛି, ଏଥର ବି ଦିଲ୍ଲୀ ଜନତା ମଧ୍ୟ କାମର ରାଜନୀତିକୁ ବାଛିବେ।

ତେବେ ସମ୍ମାନର ଆସନ ନୂଆଦିଲ୍ଲୀ ପାଇଁ କେଜ୍ରିଓ୍ବାଲ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେପି ପରବେଶ ବର୍ମାଙ୍କୁ ଛିଡା କରିଥିବା ବେଳେ ଆଜି ସେ ମଧ୍ୟ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏଥିସହିତ କଂଗ୍ରେସ ସନ୍ଦୀପ ଦିକ୍ଷିତଙ୍କୁ ନୂଆଦିଲ୍ଲୀ ଆସନରୁ ଟିକେଟ ଦେଇଛି। ଲଗାତାର ୨୦୧୩, ୨୦୧୫, ୨୦୨୦ରେ ଜିତି ଶାସନ ଭାର ସମ୍ଭାଳିଛନ୍ତି କେଜ୍ରିଓ୍ବାଲ। ହେଲେ ଏଥର କେଜ୍ରିଓ୍ବାଲଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ଏଥିସହି କେଜ୍ରିଓ୍ବାଲଙ୍କ ବଡ ଭୋଟ ବ୍ୟାଙ୍କ ବସ୍ତି ଭୋଟରଙ୍କୁ ବି ନିଜ ଆଡକୁ ଆକର୍ଷିତ କରୁଛି ବିଜେପି। ଯାହା କେଜ୍ରିଓ୍ବାଲଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏଥରର ଦିଲ୍ଲୀବାସୀ କାହା ମୁଣ୍ଡରେ ହାତ ରଖିବେ ତାହା ତ ସମୟ ହିଁ କହିବ।

Leave A Reply

Your email address will not be published.