ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭାରସାମ୍ୟ ହରାଇ ପୋଖରୀକୁ ଓଲଟିଲା କାର, ୨ ମୃତ

0

ପୁରୀ: ଭାରସ୍ୟାମ ହରାଇ ପୋଖରୀ ଭିତରକୁ ପଶିଗଲା କାର୍। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତିଗଲେ ଅନ୍ୟ ୨ ଯାତ୍ରୀ। କୋଣାର୍କ ନିମାପଡ଼ା ରାସ୍ତା ଜୁଣେଇ ଶଙ୍ଖଠାରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। କୋଣାର୍କରୁ ନିମାପଡ଼ା ଅଭିମୁଖେ ଯାଉଥିବା ବେଳେ କାରଟି ଭାରସ୍ୟାମ ହରାଇ ପୋଖରୀ ଭିତରକୁ ଓଲଟି ପଡିଥିଲା। ଲ’ ପରୀକ୍ଷା ଦେବାକୁ ଆସିଥିଲେ ପୁରୀ। ହେଲେ ଦୁର୍ଘଟଣାରେ ଚାଲିଗଲା ୨ ଜଣ ଛାତ୍ରଙ୍କ ଜୀବନ।

ଆଜି ପୁରୀରେ ଲ’ ପରୀକ୍ଷା ଥିଲା। ହେଲେ ପରୀକ୍ଷା ପୂର୍ବରୁ କୋଣାର୍କ ବୁଲିବାକୁ ଯାଇଥିଲେ। ଫେରିବା ବାଟରେ ଦୁର୍ଘଟଣାର ଶିକାର ହେଲେ। ସ୍ଥାନୀୟ ଲୋକେ ଚମ୍ପାହାର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଆସି ସେମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୁଇ ଆହତଙ୍କୁ ଗୋପ ମେଡିକାଲରେ ଚିକିତ୍ସା କରାଯାଉଛି। ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ କାର ଚାଳକ ନିମାପଡ଼ାର ସନ୍ଦୀପ ମହାପାତ୍ର ଓ ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ସନାତନ ସେନାପତି। ଆହତ ଦୁଇ ଜଣ ହେଲେ ମନୀଷ ସେନାପତି ଓ ବାଲିପାଟଣା ଅଞ୍ଚଳର ପୁପୁଲ ପରିଡ଼ା।

Leave A Reply

Your email address will not be published.